ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଦକ୍ଷିଣ ଆଫ୍ରିକାରେ ବିଶ୍ୱ ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ ସିଂ

0

ରାଉରକେଲା: ବିଶ୍ୱ ରେକର୍ଡ କଲେ ରାଉରକେଲା ପୁଅ ସୁମିତ ସିଂ। ଦକ୍ଷିଣ ଆଫ୍ରିକାରେ ଚମକିଲେ ଓଡ଼ିଆ ପୁଅ ସୁମିତ ସିଂ । ୯୭ ତମ କୋମରେଡ଼ ମାରାଥନରେ ସାମିଲ ହୋଇ ପଦକ ଜିତିବା ସହ ଦେଶ ଓ ରାଜ୍ୟର ନାମକୁ ଗର୍ବିତ କରାଇଛନ୍ତି। ୧୨ ଘଣ୍ଟାରେ ୬୮.୦୪ କିଲୋମିଟ ଅତିକ୍ରମ କରି ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ରାଉରକେଲା ପୁଅ ଧାବକ ସୁମିତ ସିଂ। ସବୁଠାରୁ କଠିନ କୁହାଯାଉଥିବା କୋମରେଡ଼ ମାରଥନରେ ସାମିଲ ହୋଇ ଓଡି଼ଶାକୁ ଗର୍ବିତ କରାଇଛନ୍ତି ସେ । ଏଥିପାଇଁ ରାଜ୍ୟପାଳ ଓ କ୍ରୀଡାମନ୍ତ୍ରୀ ତାଙ୍କୁ ସମ୍ମାନିତ କରିଛନ୍ତି। ତାଙ୍କର ଏହି କୄତ୍ତୃତ୍ଵରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ରାଜ୍ୟ କ୍ରୀଡା ମନ୍ତ୍ରୀଙ୍କ ସହ କ୍ରୀଡା ସଚିବ ସମସ୍ତେ ପ୍ରଶଂସା କରୁଛନ୍ତି।

ବିଶ୍ୱର ସବୁଠାରୁ କଠିନ ମାରଥନ ହେଉଛି କୋମରେଡ଼ ମାରାଥନ। ଗତ ଜୁନ ମାସରେ ଦକ୍ଷିଣ ଆଫ୍ରିକାରେ ୯୭ ତମ କୋମରେଡ଼ ମାରାଥନ ଆୟୋଜିତ ହୋଇଥିଲା। ମାରାଥନରେ ୧୨ ଘଣ୍ଟାରେ ୮୯ କିଲୋମିଟ ଅତିକ୍ରମ କରିବାକୁ ପଡେ । ଧାବକ ସୁମିତ ସିଂ ଏଥିରେ ସାମିଲ ହୋଇ ମେଡାଲ ଜିତିଛନ୍ତି। ୧୨ ଘଣ୍ଟାରେ ସେ ୬୮.୦୪ କିଲୋମିଟ ଅତିକ୍ରମ କରି ଗିନିଜ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଥିଲେ। ପୂର୍ବରୁ ସେ ମାରାଥନରେ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡ୍ସ ଏବଂ ଲିମକା ବୁକ ଅଫ ରେକର୍ଡ୍ସ ସହ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଥିଲେ।

Leave A Reply

Your email address will not be published.