ପ୍ରମୁଖ ଖବର

ଭଦ୍ରକରେ ଟେକ୍ସଟାଇଲ ପାର୍କ ଓ ପାରାଦୀପରେ ହେବ ମେଗା ଫିଡ୍ କ୍ରାକର୍ ପ୍ଲାଣ୍ଟ : ଶିଳ୍ପମନ୍ତ୍ରୀ
ଯୁକ୍ତ ଦୁଇ ନାମଲେଖା ପାଇଁ ସାମ୍ସରେ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ସ୍କୁଲ
ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି, ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ କୁମାର ଭାମୁ
ରାଜ୍ୟରେ ଖୁବ ଶୀଘ୍ର ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ
ମୋ ପରେ ସୁଜିତ ଦଳ ଛାଡ଼ିଲେ, ଆଗକୁ ଅନେକ ଆସିପାରନ୍ତି : ମମତା ମହାନ୍ତ
ଲକ୍ଷ ଲକ୍ଷ ଟଙ୍କା ସହ ଭିଜିଲାନ୍ସ ଜାଲରେ ଧରା ପଡିଲେ ନୂଆପଡ଼ା ଏମ୍‌ଭିଆଇ
ଗଣେଶ ପୂଜା ବିସର୍ଜନ ପାଇଁ ଗାଇଡଲାଇନ୍‌ ଜାରି କଲା ବିଏମସି
ଆଜିଠୁ ଗଡ଼ିଲା ‘ସୁଭଦ୍ରା’ ରଥ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଏଣିକି ୨୦୦୦ ଟଙ୍କା ଦେଣନେଣରେ ପେମେଣ୍ଟ ଏଗ୍ରିଗେଟର ଉପରେ ଲାଗିବ ୧୮% GST
ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ
ମଣିପୁରରେ ପୁଣି ହିଂସା

ସୁପ୍ରିମକୋର୍ଟଙ୍କ ବଡ ରାୟ: ଏବେ ଛାଡପତ୍ର ପରେ ମୁସଲମାନ ମହିଳାଙ୍କୁ ମିଳିବ ଭରଣପୋଷଣ

0

ନୂଆଦିଲ୍ଲୀ: ଛାଡପତ୍ର ମାମଲାରେ ମୁସଲିମ୍‌ ମହିଳାଙ୍କ ଅଧିକାର ସମ୍ପର୍କରେ ବଡ ରାୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ଏଣିକି ମୁସଲମାନ ମହିଳା ପାଇପାରିବେ ଭରଣପୋଷଣ ଟଙ୍କା। ଯେକୌଣସି କାରଣରୁ ଛାଡପତ୍ର ହେବା ପରେ ମହିଳାଙ୍କୁ ଭରଣପୋଷଣ ବାବଦକୁ ସ୍ୱାମୀଙ୍କୁ ଅର୍ଥ ରାଶି ଦେବାକୁ ହେବ। କୌଣସି ଧର୍ମ ଏହି ପ୍ରସଙ୍ଗରେ ବାଧକ ନୁହେଁ।

ଛାଡପତ୍ର ହୋଇଥିବା ମୁସଲମାନ ମହିଳାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳାୟ। ବୁଧବାର କୋର୍ଟ କହିଛନ୍ତି , ମୁସଲମାନ ମହିଳାମାନେ ସିଆରପିସି ର ଧାରା ୧୨୫ ଅନୁଯାୟୀ ନିଜ ସ୍ୱାମୀଙ୍କ ଙ୍କ ବିରୋଧରେ ରକ୍ଷଣାବେକ୍ଷଣ ଦାବି ନେଇ ଯାଚିକା ଦାଖଲ କରିପାରିବେ। କୋର୍ଟ କହିଛନ୍ତି, ଜଣେ ଭାରତୀୟ ବିବାହିତା ମହିଳା ସଚେତନ ହେବା ଉଚିତ ଯେ ସେ ଆର୍ଥିକ ଦୃଷ୍ଟିରୁ ସ୍ବାଧୀନ ନୁହଁନ୍ତି। ଆଜିର ଶୁଣାଣିରେ ଆମେ ୨୦୧୯ ଅଧିନିୟମ ଅନୁଯାୟୀ ‘ବେଆଇନ ଛାଡପତ୍ର’ର ଦିଗ ଯୋଡିଛୁ। ଆମେ ଏକ ପ୍ରମୁଖ ସିଦ୍ଧାନ୍ତରେ ପହଞ୍ଚିଛୁ ଯେ, ସିଆରପିସି ର ଧାରା ୧୨୫ କେବଳ ବିବାହିତ ମହିଳାଙ୍କ ନୁହେଁ ସମସ୍ତ ମହିଳାଙ୍କ ପାଇଁ ଲାଗୁ ହେବ।

ସୁପ୍ରିମକୋର୍ଟର ଏକ ଡବଲ ବେଞ୍ଚ ଜଣେ ମୁସଲମାନ ବ୍ୟକ୍ତିଙ୍କ ଯାଚିକା ଖାରଜ କରି ଦେଇଛନ୍ତି। ଯେଉଁଥିରେ ସେ ସିଆରପିସି ଧାରା ୧୨୫ ଅନୁଯାୟୀ ଛାଡପତ୍ର ଦେଇଥିବା ସ୍ତ୍ରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ରକ୍ଷଣାବେକ୍ଷଣ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ମୁସଲିମ ମହିଳା ଅଧିନିୟମ, ୧୯୮୬ ଧାରା ୧୨୫ ର ବ୍ୟବସ୍ଥାକୁ ରଦ୍ଦ କରାଯିବ ନାହିଁ। ଧାରା ୧୨୫ ଛାଡପତ୍ର ପରେ ଭରଣପୋଷଣ ପାଇବା ଜଣେ ମହିଳାଙ୍କ ଅଧିକାର ଭାବେ ଦର୍ଶାଉଛି। ଏହି ବ୍ୟବସ୍ଥାରେ କୌଣସି ଧର୍ମ ବାଧକ ସାଜି ପାରିବନାହିଁ । ଏବେ ସମୟ ଆସିଛି ଯେ ଭାରତୀୟ ସମାଜରେ ପୁରୁଷମାନେ ମହିଳାଙ୍କ ତ୍ୟାଗକୁ ସ୍ୱୀକାର କରନ୍ତୁ । ଯେକୌଣସି ଧର୍ମ ହୋଇଥିଲେ ସୁଦ୍ଧା ଛାଡପତ୍ର ମାମଲାରେ ସେମାନେ ମହିଳାଙ୍କୁ ଭରଣପୋଷଣ ରାଶି ପ୍ରଦାନ କରିବା ପାଇଁ ବାଧ୍ୟ।

ଏହି ମାମଲାଟି ତେଲେଙ୍ଗାନର ଜଣେ ମହିଳାଙ୍କ ଦ୍ୱାରା ସର୍ବୋଚ୍ଚ କୋର୍ଟରେ ଦାଖଲ କରାଯାଇଥିଲା। ଏହି ମୁସଲିମ ଦମ୍ପତିଙ୍କର ୨୦ ୧୭ ମସିହାରେ ମୁସଲିମ ପର୍ସନାଲ ଲ’ ଅନୁସାରେ ବିବାହ ବିଚ୍ଛେଦ ହୋଇଥିଲା। ପରେ ମହିଳାଜଣକ ସ୍ବାମୀଙ୍କ ଠାରୁ ମାସିକ ୨୦ ହଜାର ଟଙ୍କା ଭରଣପୋଷଣ ଦାବି କରି କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଫ୍ୟାମିଲି କୋର୍ଟରେ ମହିଳା ଆବେଦନ କରିବା ପରେ ଏହାକୁ ରଦ୍ଦ କରିବା ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ମହିଳାଙ୍କ ପତ୍ନୀ। ହାଇକୋର୍ଟ ମାମଲାର ଶୁଣାଣି କରି ମହିଳାଙ୍କ ସପକ୍ଷରେ ରାୟ ଦେଇଥିଲେ । ଆବେଦନକାରୀ ମାସିକ ୨୦ ହଜାର ଟଙ୍କା ଦାବି କରିଥିବା ବେଳେ ହାଇକୋର୍ଟ ମାସିକ ୧୦ ହଜାର ଟଙ୍କାର ଭରଣପୋଷଣ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଏହି ମାମଲାରେ ମହିଳାଜଣଙ୍କ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲେ। ଆଜି ସର୍ବୋଚ୍ଚ କୋର୍ଟ ମଧ୍ୟ ମହିଳାଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଯେକୌଣସି ଧର୍ମ ହେଉନା କାହିଁକି ମହିଳାଙ୍କ ଅଧିକାରରେ ବାଧକ ହୋଇପାରିବନାହିଁ ବୋଲି ଖଣ୍ଡପୀଠ ଯୁକ୍ତି ଦର୍ଶାଇବା ସହ ଭରଣପୋଷଣ ଦେବା ପାଇଁ ପ୍ରତିପକ୍ଷକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.