ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ବିଶ୍ୱର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ହେବ ଅନୁଗୋଳ ଜିନ୍ଦଲ ପ୍ଲାଣ୍ଟ : ନବୀନ ଜିନ୍ଦଲ

0

ଭୁବନେଶ୍ବର: ଲୋକସଭା ସାଂସଦ ତଥା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ (ଜେଏସପି) ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଆଜି ଓଡ଼ିଶାର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ଇସ୍ପାତ ସଂଘର ଏକ ପ୍ରତିନିଧି ଦଳସାକ୍ଷାତ କରିଛନ୍ତି। ଇସ୍ପାତ ନିର୍ମାତାମାନଙ୍କୁ ନେଇ ଗଠିତ ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ନୂଆ ସରକାରଙ୍କ ଅଧୀନରେ ଓଡ଼ିଶାର ଇସ୍ପାତ ଶିଳ୍ପର ଭବିଷ୍ୟତ ଉନ୍ନତ ହେବ ବୋଲି ଆଶା ପ୍ରକଟ କରିଥିଲେ ।

ଭାରତୀୟ ଇସ୍ପାତ ଶିଳ୍ପରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଶ୍ରୀ ଜିନ୍ଦଲ ଆଲୋଚନା କରିବା ସହିତ ଇସ୍ପାତ ଶିଳ୍ପରେ ସବୁଜ ଶକ୍ତି ଏବଂ ସଷ୍ଟେନେବିଲିଟି ଅଭ୍ୟାସର ବ୍ୟବହାର ଉପରେ ସେ ଆଲୋକପାତ କରିଥିଲେ । ରାଜ୍ୟର ଅର୍ଥନୈତିକ ବିକାଶରେ ଉନ୍ନତି ଆଣିବା ପାଇଁ ଇସ୍ପାତ ଶିଳ୍ପର ଅଧିକ ସମ୍ପ୍ରସାରଣ ପାଇଁ ସମ୍ଭାବ୍ୟ ସୁଯୋଗ ସମ୍ପର୍କରେ ମଧ୍ୟ ପ୍ରତିନିଧି ଦଳ ଆଲୋଚନା କରିଥିଲେ । ରାଜ୍ୟରେ ଇସ୍ପାତ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଭିତ୍ତିଭୂମି ଅଭିବୃଦ୍ଧି ଏବଂ ସ୍ଲରି ପାଇପଲାଇନ ଭଳି ସଷ୍ଟେନେବିଲିଟି ପ୍ରକଳ୍ପର ଆବଶ୍ୟକତା ଉପରେ ଏହି ପ୍ରତିନିଧି ଦଳ ଗୁରୁତ୍ୱାରୋପ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଜିନ୍ଦଲ କହିଥିଲେ ଯେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଓଡ଼ିଶାରେ ଅନୁଗୁଳ ଇସ୍ପାତ ନିର୍ମାଣ କାରଖାନାର ସମ୍ପ୍ରସାରଣ ପାଇଁ କାର୍ଯ୍ୟ କରୁଛି ଏବଂ ଆସନ୍ତା ବର୍ଷ ଏହି କାରଖାନା ବାର୍ଷିକ ୧୨ ନିୟୁତ ଟନ୍ ଇସ୍ପାତ ନିର୍ମାଣ କ୍ଷମତା ହାସଲ କରିବ । ବର୍ତ୍ତମାନ ଜେଏସପି ଓଡ଼ିଶାର ଅନୁଗୁଳଠାରେ ବାର୍ଷିକ ୬ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିଛି । ଆସନ୍ତା ୬ ବର୍ଷ ମଧ୍ୟରେ ଓଡ଼ିଶାର ଅନୁଗୁଳରେ ବାର୍ଷିକ ୨୫.୨ ନିୟୁତ ଟନ୍ ବିଶିଷ୍ଟ ବିଶ୍ୱର ସର୍ବବୃହତ ଇସ୍ପାତ କାରଖାନା ନିର୍ମାଣ କରାଯିବ ବୋଲି ଶ୍ରୀ ଜିନ୍ଦଲ ସୂଚନା ଦେଇଥିଲେ ।

ଆଜି ଶ୍ରୀ ଜିନ୍ଦଲ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଗ୍ରାମତରଙ୍ଗ ପ୍ରକଳ୍ପ ଏବଂ ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କରି ଏହି ଶିକ୍ଷାନୁଷ୍ଠାନ ଗୁଡିକ ଦ୍ୱାରା ପରିଚାଳିତ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହୋଇଥିଲେ । ଅନୁଷ୍ଠାନ ଗୁଡିକର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ଭିତ୍ତିଭୂମିକୁ ସେ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.