ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

କଡ଼ା ଚେତାବନୀ ସତ୍ତ୍ୱେ ରଥ ଉପରକୁ ଫୋନ୍ ନେଇ ଭିଡିଓ କଲେ ସେବାୟତ

0

ପୁରୀ: କଡ଼ା ଚେତାବନୀ ସତ୍ତ୍ୱେ ମଧ୍ୟ ସୁଧୁରୁନାହାଁନ୍ତି ସେବାୟତ। ବାରମ୍ବାର କଡ଼ା ଚେତାବନୀ ସତ୍ତ୍ୱେ ମଧ୍ୟ ବାହୁଡ଼ା ଯାତ୍ରାରେ ସେବାୟତମାନେ ରଥ ଉପରେ ମୋବାଇଲ ଧରି ଭିଡିଓ କରୁଥିବାର ଦେଖିବାକୁ ମିଳିଛି। ଜଣେ କି ଦୁଇଜଣ ନୁହେଁ ଅନେକ ସେବାୟତ ରଥ ଉପରେ ମୋବାଇଲ ଧରି ଭିଡିଓ କରିବାର ଚିତ୍ର ଦେଖିବା ପରେ ସେବାୟତ ବଡ ନା ମୁଖ୍ୟ ପ୍ରଶାସକ ବଡ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ହେବା ବେଳେ ବଡ଼ ଠାକୁରଙ୍କ ସହ ଘଟିଥିବା ଅଘଟଣ ପରେ ସେବାୟତମାନଙ୍କ ପାଇଁ କିଛି ନିର୍ଦ୍ଦେଶନାମା ଜାରି କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଶ୍ରୀ ପାଢ଼ୀ କଡ଼ା ଚେତାବନୀ ଦେଇ କହିଥିଲେ, ରଥ ଉପରକୁ ସେବାୟତମାନେ ମୋବାଇଲ ନେଇପାରିବେ ନାହିଁ। ଏଥିସହ ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ପ୍ରଶାସକ କହିଥିଲେ।

ସେହପରି ରଥ ଉପରକୁ ଅନୁମତି ପାଇନଥିବା ସେବାୟତ ଓ ଅଣସେବାୟତମାନେ ଚଢିପାରିବେ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କଡା ନିର୍ଦ୍ଦେଶ ଦେଇଥିଲେ। ହେଲେ ନିୟମକୁ ଫୁ କରି ଆଜି ଜଣେ ଅଣସେବାୟତ ସେବାୟତ ବେଶରେ ଦର୍ପଦଳନ ରଥରେ ଚଢ଼ିଯାଇଥିଲେ। ଏହା ପରେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହାତ ଧରି ତାଙ୍କୁ ଟାଣି ଟାଣି ଓହ୍ଲାଇଦେଇଥିଲେ।

Leave A Reply

Your email address will not be published.