ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

କଡ଼ା ଚେତାବନୀ ସତ୍ତ୍ୱେ ରଥ ଉପରକୁ ଫୋନ୍ ନେଇ ଭିଡିଓ କଲେ ସେବାୟତ

0

ପୁରୀ: କଡ଼ା ଚେତାବନୀ ସତ୍ତ୍ୱେ ମଧ୍ୟ ସୁଧୁରୁନାହାଁନ୍ତି ସେବାୟତ। ବାରମ୍ବାର କଡ଼ା ଚେତାବନୀ ସତ୍ତ୍ୱେ ମଧ୍ୟ ବାହୁଡ଼ା ଯାତ୍ରାରେ ସେବାୟତମାନେ ରଥ ଉପରେ ମୋବାଇଲ ଧରି ଭିଡିଓ କରୁଥିବାର ଦେଖିବାକୁ ମିଳିଛି। ଜଣେ କି ଦୁଇଜଣ ନୁହେଁ ଅନେକ ସେବାୟତ ରଥ ଉପରେ ମୋବାଇଲ ଧରି ଭିଡିଓ କରିବାର ଚିତ୍ର ଦେଖିବା ପରେ ସେବାୟତ ବଡ ନା ମୁଖ୍ୟ ପ୍ରଶାସକ ବଡ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ହେବା ବେଳେ ବଡ଼ ଠାକୁରଙ୍କ ସହ ଘଟିଥିବା ଅଘଟଣ ପରେ ସେବାୟତମାନଙ୍କ ପାଇଁ କିଛି ନିର୍ଦ୍ଦେଶନାମା ଜାରି କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଶ୍ରୀ ପାଢ଼ୀ କଡ଼ା ଚେତାବନୀ ଦେଇ କହିଥିଲେ, ରଥ ଉପରକୁ ସେବାୟତମାନେ ମୋବାଇଲ ନେଇପାରିବେ ନାହିଁ। ଏଥିସହ ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ପ୍ରଶାସକ କହିଥିଲେ।

ସେହପରି ରଥ ଉପରକୁ ଅନୁମତି ପାଇନଥିବା ସେବାୟତ ଓ ଅଣସେବାୟତମାନେ ଚଢିପାରିବେ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କଡା ନିର୍ଦ୍ଦେଶ ଦେଇଥିଲେ। ହେଲେ ନିୟମକୁ ଫୁ କରି ଆଜି ଜଣେ ଅଣସେବାୟତ ସେବାୟତ ବେଶରେ ଦର୍ପଦଳନ ରଥରେ ଚଢ଼ିଯାଇଥିଲେ। ଏହା ପରେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହାତ ଧରି ତାଙ୍କୁ ଟାଣି ଟାଣି ଓହ୍ଲାଇଦେଇଥିଲେ।

Leave A Reply

Your email address will not be published.