ପ୍ରମୁଖ ଖବର

ମିଳିବ ସୁଭଦ୍ରା ଟଙ୍କା,ମାତିଲେଣି ସାଇବର ଠକ, ସତର୍କ କଲେ ଉପମୁଖ୍ୟମନ୍ତ୍ରୀ
ଏବେ ମହଙ୍ଗା ହୋଇଛି ଖାଇବା ତେଲ, ଲିଟର ପିଛା ୨୦ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର
କାକଟପୁରରେ କୁଣ୍ଢେଇ ବଜାର ସାହୁ ଜୁଏଲାରୀ ମାଲିକ ନିରଞ୍ଜନ ସାହୁଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼
ମଙ୍ଗଳବାର ଓଡ଼ିଶା ଆସୁଛନ୍ତି ମୋଦି, ଜନ୍ମଦିନରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ
ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଡ୍ରାଇଭିଂ କରିବାରୁ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ
ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଦ୍ଵିତୀୟ ଥରେ ପାଇଁ ଗୁଳିମାଡ଼
ରାୟଗଡ଼ା ଜିଲ୍ଲା କେଉଟଗୁଡା ରେଳଷ୍ଟେସନ ନିକଟରେ ଭୁସ୍ଖଳନ, ଲଗାଣ ବର୍ଷାରୁ ଭୁସ୍ଖଳନ ଘଟି ରେଳ ଚଳାଚଳ ବାଧାପ୍ରାପ୍ତ

ରାଜ୍ୟପାଳଙ୍କ ପୁଅ ଏଏସ୍‌ଓଙ୍କୁ ମାଡ଼ ମାରିବା ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି

0

ଭୁବନେଶ୍ବର: ରାଜ୍ୟପାଳଙ୍କ ପୁଅ ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ ବିଜେଡି ରାଜ୍ୟ ସରକାରଙ୍କୁ ଘେରିଛି। ଏଏସଓଙ୍କୁ ମାଡମାରିବା ଘଟଣାକୁ ପାଖାପାଖି ୮ ଦିନ ବିତିଯାଇଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ ପ୍ରଶାସନ। ମଙ୍ଗଳବାର ଲେଖାଶ୍ରୀ ସାମନ୍ତସିଂହାର ଖବରଦାତା ସମ୍ମିଳନୀ କରି ରାଜ୍ୟସରକାରଙ୍କୁ ଘେରିବା ସହିତ ସିଧାସଳଖ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଛନ୍ତି। ସେ ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।

ସେ କହିଛନ୍ତି, ପୁରୀ ରାଜଭବନରେ ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାର ୮ ଦିନ ହେଲାଣି, ତାପରେବି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଦୁଃଖଦାୟକ ଓ ହୃଦୟ ବିଦାରକ। ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ମୁଣ୍ଡେଇବାର ନାଟକ କରୁଛନ୍ତି। ଯଦି ମୋହନ ସରକାରର ଆନ୍ତରିକତା ଥାନ୍ତା, ତେବେ ସେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ।

ସେ ଆହୁରି ମଧ୍ୟ କହିଛନ୍ତି,ରାଜଭବନରେ ଜଣେ ଏଏସଓଙ୍କ ପ୍ରତି ଏଭଳି ବ୍ୟବହାର ଅତ୍ୟନ୍ତ ଦୁଃଖଦାୟକ। ରାଜଭବନରେ ରାଜ୍ୟପାଳଙ୍କ ପୁଅ, ଯିଏ ଜଣେ ଅଣ ଓଡ଼ିଆ ଝାଡ଼ଖଣ୍ଡ ପୁଅ, ସିଏ ଓଡ଼ିଶା ସରକାରଙ୍କ ଏଏସଓଙ୍କୁ ସାଙ୍ଗମାନଙ୍କ ସହ ମାଡ଼ ମାରିବା, ଚପଲରେ ଛେପ ପକେଇ ଚଟେଇବା, ନିର୍ଯାତନା ଦେବା କଥା ହୃଦୟବିଦାରକ ବୋଲି କହିଛନ୍ତି ଲେଖାଶ୍ରୀ ।

ଏନେଇ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଜିଲ୍ଲପାଳ, ଡିଜି ସମସ୍ତଙ୍କୁ ପାଖରେ କହିବା ସତ୍ତ୍ବେ, କାର୍ଯ୍ୟାନୁଷ୍ଠାନ ହେଲାନାହିଁ କି ତାଙ୍କୁ ନ୍ୟାୟ ମିଳିଲା। ଯାହା ନିନ୍ଦନୀୟ। ସର୍ବଭାରତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହେଉଛି। ଗଣମାଧ୍ୟମରେ ଏହି ଖବର ଶିରୋନାମା ପାଲଟିଛି, ହେଲେ ରାଜ୍ୟ ସରକାର କିନ୍ତୁ ଏ ସମ୍ପର୍କରେ ପୂରା ନିରବ ରହିଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ, ହେଲେ ଗରିବ ଲୋକ ପାଇଁ ଗୋଟେ ଆଇନ ଓ ପଦ ପଦବୀରେ ଥିବା ଲୋକ ପାଇଁ ଆଉ ଗୋଟେ ଆଇନ ଆମେ ପ୍ରଥମଥର ଦେଖୁଛୁ । ଗଭର୍ନରଙ୍କ ପୁଅ ବୋଲି କଣ ସାତ ଖୁନ ମାଫ ବୋଲି କହିଛନ୍ତି ଲେଖାଶ୍ରୀ ।

Leave A Reply

Your email address will not be published.