ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂତନ ଆଡଭୋକେଟ ଜେନେରାଲ ଭାବେ କାର୍ଯ୍ୟରେ ଯୋଗ ଦେଲେ ପୀତାମ୍ବର ଆଚାର୍ଯ୍ୟ

0

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟରେ ନୂତନ ଆଡଭୋକେଟ ଜେନେରାଲ ଭାବେ କାର୍ଯ୍ୟରେ ଯୋଗ ଦେଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। କିଛି ଦିନ ପୂର୍ବରୁ ମୋହନ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ପୀତାମ୍ୱରଙ୍କୁ ନୂତନ ଏଜି ଭାବେ ନିଯୁକ୍ତି ଦିଆଯାଇଥିଲା। କାର୍ଯ୍ୟରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ପୀତାମ୍ବର ଆଚାର୍ଯ୍ୟ। ବିନା ପକ୍ଷପାଖିତା, ନିରପେକ୍ଷ ଭାବରେ ଦାୟିତ୍ଵ ତୁଲେଇବି।
ନୂଆ ସରକାରଙ୍କ ନୂଆ ଆଡଭୋକେଟ ଜେନେରାଲ ହେଲେ ପୀତାମ୍ୱର ଆଚାର୍ଯ୍ୟ। କାର୍ଯ୍ୟରେ ଯୋଗ ଦେବା ପରେ ସେ କହିଛନ୍ତି ଯେ, ମୁଁ ଓଡ଼ିଶାବାସୀଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରିବି। ରାଜ୍ୟବାସୀଙ୍କୁ ନ୍ୟାୟ ପ୍ରଦାନ କରିବା ମୋହନ ସରକାରଙ୍କ ପ୍ରଥମ ପ୍ରାଥମିକତା ବୋଲି ସେ କହିଛନ୍ତି।’ମୁଁ ଭୁଲ୍ କଲେ ଆପଣମାନେ ସେଇଟାକୁ ଠିକ୍ କରାଇଦେବେ। ଗୋଟିଏ ଓକିଲର କର୍ତ୍ତବ୍ୟ ହେଉଛି ତାର ମହକିଲଙ୍କ ପାଇଁ ପ୍ରତିବଦ୍ଧତା ରଖିବ। ରାଜ୍ୟ ଓ ସରକାରର ସ୍ୱାର୍ଥ ପାଇଁ ମୁଁ ମୋର ସବୁ ବୁଦ୍ଧି ବିଦ୍ୟା ପ୍ରୟୋଗ କରିବି।’ ବୋଲି କହିଛନ୍ତି ପୀତାମ୍ୱର ଆଚାର୍ଯ୍ୟ ।

Leave A Reply

Your email address will not be published.