ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟରେ ନୂତନ ଆଡଭୋକେଟ ଜେନେରାଲ ଭାବେ କାର୍ଯ୍ୟରେ ଯୋଗ ଦେଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। କିଛି ଦିନ ପୂର୍ବରୁ ମୋହନ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ପୀତାମ୍ୱରଙ୍କୁ ନୂତନ ଏଜି ଭାବେ ନିଯୁକ୍ତି ଦିଆଯାଇଥିଲା। କାର୍ଯ୍ୟରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ପୀତାମ୍ବର ଆଚାର୍ଯ୍ୟ। ବିନା ପକ୍ଷପାଖିତା, ନିରପେକ୍ଷ ଭାବରେ ଦାୟିତ୍ଵ ତୁଲେଇବି।
ନୂଆ ସରକାରଙ୍କ ନୂଆ ଆଡଭୋକେଟ ଜେନେରାଲ ହେଲେ ପୀତାମ୍ୱର ଆଚାର୍ଯ୍ୟ। କାର୍ଯ୍ୟରେ ଯୋଗ ଦେବା ପରେ ସେ କହିଛନ୍ତି ଯେ, ମୁଁ ଓଡ଼ିଶାବାସୀଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରିବି। ରାଜ୍ୟବାସୀଙ୍କୁ ନ୍ୟାୟ ପ୍ରଦାନ କରିବା ମୋହନ ସରକାରଙ୍କ ପ୍ରଥମ ପ୍ରାଥମିକତା ବୋଲି ସେ କହିଛନ୍ତି।’ମୁଁ ଭୁଲ୍ କଲେ ଆପଣମାନେ ସେଇଟାକୁ ଠିକ୍ କରାଇଦେବେ। ଗୋଟିଏ ଓକିଲର କର୍ତ୍ତବ୍ୟ ହେଉଛି ତାର ମହକିଲଙ୍କ ପାଇଁ ପ୍ରତିବଦ୍ଧତା ରଖିବ। ରାଜ୍ୟ ଓ ସରକାରର ସ୍ୱାର୍ଥ ପାଇଁ ମୁଁ ମୋର ସବୁ ବୁଦ୍ଧି ବିଦ୍ୟା ପ୍ରୟୋଗ କରିବି।’ ବୋଲି କହିଛନ୍ତି ପୀତାମ୍ୱର ଆଚାର୍ଯ୍ୟ ।
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ