ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଚାନ୍ଦିପୁରରୁ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0

ଚାନ୍ଦିପୁର: ଅବଦୁଲ୍‌ କଲାମ ଦ୍ୱୀପରୁ ବୁଧବାର ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଛି। ଅପରାହ୍ନ ୪ଟା ୧୫ ମିନିଟ୍‌ରେ ବ୍ୟାବହାରିକ ପରୀକ୍ଷଣ ହୋଇଛି। ପ୍ରଥମେ ଚାନ୍ଦିପୁରର ୩ ନଂ ଲଞ୍ଚପ୍ୟାଡ୍‌ରୁ ପୃଥ୍ବୀ-୨ ଉତ୍‌କ୍ଷେପଣ କରାଯାଇଥିଲା। ୨୩୦ କିଲୋମିଟର ପର୍ଯ୍ୟନ୍ତ ଏହି ମିସାଇଲ ଲକ୍ଷ୍ୟଭେଦ କରିପାରିବ। ଟାର୍ଗେଟକୁ ସଫଳତାର ସହିତ ଲକ୍ଷ୍ୟଭେଦ କରିଥିବା ସୂଚନା ।

ସୂଚନା ଅନୁସାରେ, ସଫଳ ହେଲା ‘ଡିଆରଡିଓ’ର ପରୀକ୍ଷଣ । ସଠିକତାର ସହ ଟାର୍ଗେଟକୁ ହିଟ୍‌ କଲା ‘ଇଣ୍ଟରସେପ୍ଟର’ ମିସାଇଲ । ଚାନ୍ଦିପୁର ସମନ୍ବିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର (ଆଇଟିଆର)ର୩ ନଂ ଲଞ୍ଚପ୍ୟାଡରୁ ଉତକ୍ଷେପଣ ହୋଇଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରକୁ ଧାମରା ନିକଟବର୍ତ୍ତୀ ଅବଦୁଲ କାଲାମ ଦ୍ବୀପରୁ ଉତକ୍ଷେପଣ ହୋଇଥିବା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଇଣ୍ଟରସେପ୍ଟର ମିସାଇଲ୍‌ ଲକ୍ଷ୍ୟଭେଦ କରିଛି । ଅପରାହ୍ନ ୪ଟା ୧୫ ମିନିଟ୍‌ରେ ଏହି ପରୀକ୍ଷଣ ସଫଳ ହୋଇଥିବା ଜଣାପଡ଼ିଛି । ଏହି ପରୀକ୍ଷଣ ପାଇଁ ଆଜି ଚାନ୍ଦିପୁର ଉପକୂଳବର୍ତ୍ତୀ ଏରିଆରୁ ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ପଡିଥିଲା ।

Leave A Reply

Your email address will not be published.