ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ମାଆ ହେଲା ଧଳା ବାଘୁଣୀ ମୌସୁମୀ

0

ଭୁବନେଶ୍ବର: ନନ୍ଦନକାନନରେ ପ୍ରାଣୀ ଉଦ୍ୟାନ ମଧ୍ୟରେ ରହିଥିବା ଧଳା ବାଘୁଣୀ ମୌସୁମୀ ମା’ ହୋଇଛି। ଗତକାଲି (ସୋମବାର) ରାତିରେ ବାଘୁଣୀ ମୌସୁମୀ ଗୋଟିଏ ଶାବକ ଜନ୍ମ ଦେଇଥିବା ସୂଚନା ମିଳିଛି। ଉଭୟ ମାଆ ବାଘୁଣୀ ଏବଂ ଶାବକ ସୁସ୍ଥ ଥିବା ଜଣାପଡିଛି।

ସୂଚନା ଅନୁସାରେ,ଗତକାଲି ରାତି ୮ଟା ୫୧ ମିନିଟରେ ଜନ୍ମ ଦେଇଥିଲା ବାଘୁଣୀ ମୌସୁମୀ। ତେବେ ମାଆ ବାଘୁଣୀ ମୌସୁମୀ ଛୁଆଟିର ଯତ୍ନ ନେଉଛି । ନିଜଠାରୁ ଅଲଗା ରଖିନାହିଁ। ଉଭୟ ମାଆ ମୌସୁମୀ ଏବଂ ଶାବକଟି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ପରବର୍ତ୍ତୀ ସମୟରେ ଛୁଆ ଶାବକଟିର ଶାରୀରିକ ଭାବରେ ପରୀକ୍ଷା କରାଯାଇ ଲିଙ୍ଗ ନିରୂପଣ କରାଯିବ। ଏନେଇ ଏକ ସ୍ଵତନ୍ତ୍ର ଡାକ୍ତରୀ ଟିମ ବାଘୁଣୀ ମୌସୁମୀ ଏବଂ ଶାବକର ଯତ୍ନ ନେଉଛନ୍ତି । ସିସିଟିଭିର ପ୍ରତ୍ୟେକଟି ଦୃଶ୍ୟକୁ ଅନୁଧ୍ୟାନ କରାଯାଉଛି। ୨୦୧୬ରେ ନନ୍ଦନକାନନରେ ଜନ୍ମ ହୋଇଥିଲା ବାଘୁଣୀ ମୌସୁମୀ। ଧଳା ବାଘୁଣୀ ସେହ୍ନା ଓ ମହାବଳ ବାଘ ମନୀସର ମିଳନରୁ ୨୦୧୬ ମସିହା ଅଗଷ୍ଟ ମାସ ୫ ତାରିଖରେ ଜନ୍ମ ନେଇଥିଲା ମୌସୁମୀ।

Leave A Reply

Your email address will not be published.