ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ପ୍ରୀତି ସୁଦନ ହେବେ ୟୁପିଏସସିର ନୂଆ ଅଧ୍ୟକ୍ଷ

0

ନୂଆଦିଲ୍ଲୀ: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଏହାର ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛି। ସର୍ବାଭାରତୀୟ ସେବା ପରୀକ୍ଷା ପରିଚାଳନା କରୁଥିବା ସଂଘ ଲୋକସେବା ଆୟୋଗ ର ନୂଆ ମୁଖ୍ୟ ହେଲେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ପ୍ରୀତି ସୁଦନ । ୧୯୮୩ ବ୍ୟାଚର ଆନ୍ଧ୍ର ପ୍ରଦେଶ କ୍ୟାଡର ‘ଆଇଏଏସ’ ଅଧିକାରୀ। ନିକଟରେ ଅଧ୍ୟକ୍ଷ ପଦରୁ ମନୋଜ ସୋନି ଇସ୍ତଫା ଦେବା ପରେ ପ୍ରୀତି ଏବେ ଆୟୋଗର ସର୍ବୋଚ୍ଚ ପଦ ଗ୍ରହଣ କରିବାକୁ ଯାଉଛନ୍ତି। ସେ ଅଗଷ୍ଟ ୧ ରୁ ଦାୟିତ୍ୱ ଗ୍ରହଣ କରିବେ। ସୂଚନାଯୋଗ୍ୟ, ପୂର୍ବତନ ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନିଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଛି।

ପ୍ରୀତି ସୁଦନ ପ୍ରଶାସକ ଜୀବନରୁ ଅବସର ଗ୍ରହଣ କରିବା ୨୦୨୨ ରୁ ୟୁପିଏସସିର ସଦସ୍ୟ ଭାବେ ସାମିଲ ହୋଇଥିଲେ। ନିକଟରେ ଅଧ୍ୟକ୍ଷ ପଦରୁ ମନୋଜ ସୋନି ଇସ୍ତଫା ଦେବା ପରେ ପ୍ରୀତି ଏବେ ଆୟୋଗର ସର୍ବୋଚ୍ଚ ପଦ ଗ୍ରହଣ କରିବାକୁ ଯାଉଛନ୍ତି। ଆସନ୍ତାକାଲି ସେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିବେ। ପ୍ରୀତି ରାଜ୍ୟ ଓ କେନ୍ଦ୍ର ପ୍ରଶାସନରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଅବସ୍ଥାପିତ ହୋଇଛନ୍ତି। ୩୭ ବର୍ଷର ପ୍ରାଶାସକ ଜୀବନ ପରେ ୨୦୨୨ ରେ ସେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଭାବେ ଅବସର ଗ୍ରହଣ କରିଥିଲେ। କୋଭିଡ ସମୟରେ ସେ ସ୍ବାସ୍ଥ୍ୟ ସଚିବ ଭାବେ ଚର୍ଚ୍ଚାକୁ ଆସିଥିଲେ। ଏହା ପୂର୍ବରୁ ମଧ୍ୟ ସେ ପ୍ରତିରକ୍ଷା ଓ କେନ୍ଦ୍ର ମହିଳା ସଶକ୍ତିକରଣ ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ। ରାଜ୍ୟ କ୍ୟାଡରରେ ଥିବା ସେ ପର୍ଯ୍ୟଟନ, କୃଷି, ଅର୍ଥ ଓ ଯୋଜନା ବିଭାଗରେ ମଧ୍ୟ ସଚିବ ଭାବେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.