ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ

0

ଭୁବନେଶ୍ବର: ୨୦୨୪ -୨୫ ଓଡ଼ିଶା ବଜେଟରେ ବରିଷ୍ଠଙ୍କ ପାଇଁ ବିଶେଷ କିଛି ସୁବିଧା ସୁଯୋଗ ଦିଆଯାଇନାହିଁ। ଏଣୁ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲା। ନିର୍ବାଚନ ପୂର୍ବରୁ ଘୋଷଣା କରାଯାଇଥିବା ସାଧାରଣ ବରିଷ୍ଠଙ୍କ ମାସିକ ବାର୍ଦ୍ଧକ୍ୟ ଭତ୍ତା ୩,୦୦୦ /- ପ୍ରଦାନ କରିବା, ବରିଷ୍ଠଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରିବା, ବରିଷ୍ଠ ତୀର୍ଥଯାତ୍ରା ଯୋଜନାର ବଜେଟ ରାଶିକୁ ବଢ଼ାଇବା ପାଇଁ ଦାବି କରାଯାଇଛି।

ଏହା ସହିତ ମହାସଂଘର ଅନ୍ୟାନ୍ୟ ଦାବିଗୁଡ଼ିକ ହେଲା – ପ୍ରତ୍ୟେକ ରେଜିଷ୍ଟର୍ଡ଼ ବରିଷ୍ଠ ସଙ୍ଘପାଇଁ ଜାଗା କିମ୍ବା ଗୃହ ପ୍ରଦାନ, ବ୍ଲକ , ଜିଲ୍ଲା ଏବଂ ରାଜ୍ୟ ରାଜଧାନୀରେ ବରିଷ୍ଠ ଭବନ ନିର୍ମାଣ, ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ୧୦ କେଜିକୁ ବଢ଼ାଇବା , ପ୍ରାଥମିକ ଅନୁଦାନ ୨୦୦ କୋଟି ଟଙ୍କା ପ୍ରଦାନକରି ବରିଷ୍ଠଙ୍କ ପାଇଁ ଏକ ସ୍ୱତନ୍ତ୍ର କର୍ପସ ଫଣ୍ଡ ତିଆରି କରିବା, ବରିଷ୍ଠଙ୍କ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ସହିତ ବଜେଟର ୫% ଅର୍ଥ ବରାଦ କରିବା, ଡେ କେୟାର ସହ ଫିଜିଓଥେରାପି ଖୋଲିବା ପାଇଁ ବ୍ୟବସ୍ଥା, ବସ ଭଡ଼ାରେ ରିହାତି, ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ମାଗଣା ଡାକ୍ତରୀ ପରାମର୍ଶ, ଡାକ୍ତରଖାନା ଏବଂ ମନ୍ଦିର ଦର୍ଶନରେ ବରିଷ୍ଠଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ିର ସୁଵିଧା, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ପ୍ରଦାନ , ସମସ୍ତ ହସ୍ପିଟାଲରେ ଜେରୀଏଟ୍ରିକ ସ୍ୱାସ୍ଥ୍ୟ କେନ୍ଦ୍ର ସୁବିଧା, ସକ୍ଷମ ବରିଷ୍ଠଙ୍କ ପାଇଁ ଟ୍ରେନିଂ ସହିତ ନିଯୁକ୍ତିର ବ୍ୟବସ୍ଥା, ବରିଷ୍ଠ ମିଶନ ଶକ୍ତି ସଦସ୍ୟଙ୍କୁ ପେନସନ ପ୍ରଦାନ କରିବା ସହିତ ଅନ୍ୟାନ୍ୟ ଦାବି ଲିଖିତ ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀ ସହୃଦୟତାର ସହିତ ବିଚାର ପାଇଁ ଆଶ୍ୱାସନା ପ୍ରଦାନ କରିଛନ୍ତି। ମହାସଂଘର ସଭାପତି ଡ଼. ପି କେ ଦାସ , ସାଧାରଣ ସମ୍ପାଦକ ରାଜ କିଶୋର ସାମନ୍ତରାୟ , କାର୍ଯ୍ୟକାରୀ ସଭାପତି ଗିରିଜା ନନ୍ଦନ ମହାନ୍ତି, ଉପସଭାପତି ଅରୁଣ ପଟ୍ଟନାୟକ, ଅରୁଣ ମହାନ୍ତି, ଇନ୍ଦ୍ରମଣି ନାହାକ, ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ମିଶ୍ର ସାକ୍ଷାତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି |

Leave A Reply

Your email address will not be published.