ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଭୁବେଶ୍ବରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ୍

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ୍। ମଞ୍ଚେଶ୍ବର ସ୍ଥିତ ଚାଉଳ ଗୋଦାମଠାରେ ଖୋଲିଛି ଏହି ରାଇସ୍ ଏଟିଏମ୍‌ । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଏଟିଏମରୁ ଜଣେ ହିତାଧିକାରୀ ନିଜ କାର୍ଡ ନମ୍ବର ମାରି ଥମ୍ବ ସ୍କାନ କରି ଚାଉଳ ନେଇପାରିବେ। ପରୀକ୍ଷା ମୂଳକ ଭାବେ ଏହି ଯୋଜନା ଆରମ୍ଭ କରାଯାଇଥିଲା ବେଳେ ଏହା ସଫଳ ହେଲେ ସବୁ ଜିଲା ଓ ବ୍ଲକ୍‌ରେ ଖୋଲିବ ବୋଲି ମନ୍ତ୍ରୀ ପତ୍ର କହିଛନ୍ତି। ଜଣେ ଖାଉଟି ସର୍ବାଧିକ ୨୫ କେଜି ଯାଏ ଚାଉଳ ଏଟିଏମ୍ରୁ ବାହାର କରିପାରିବେ । ଅନ୍ୟ ଜିଲ୍ଲାର ହିତାଧିକାରୀ ମଧ୍ୟ ଆସି ଭୁବନେଶ୍ୱରରେ ଥିବା ଚାଉଳ ଏଟିଏମ୍‌ରୁ ଚାଉଳ ନେଇପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।

ତେବେ ଏହି ଚାଉଳ ଏଟିଏମ୍‌ରୁ ସୁବିଧା ପାଇବାକୁ ହେଲେ ଜଣେ ହିତାଧିକାରୀଙ୍କୁ ପ୍ରଥମେ ଏହି ମେସିନରେ ବାୟୋମେଟ୍ରିକ, ରାସନ କାର୍ଡର ସୂଚନା ଦେବାକୁ ପଡ଼ିବ । ଲୋକମାନେ ଟିପ୍ ଚିହ୍ନ ଦେଇ ବାୟୋମେଟ୍ରିକ ଯାଞ୍ଚ କରିବା ପରେ ଏଟିଏମ୍‌ରୁ ଟଙ୍କା ଉଠାଇବା ଭଳି ଚାଉଳ ବାହାର କରିପାରିବେ ।ରାଜଧାନୀରେ ଖୋଲିଥିବା ଦେଶର ପ୍ରଥମ ଚାଉଳ ଏଟିଏମ୍‌ ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ ଏହା ସବୁ ଜିଲ୍ଲା ଆଉ ବ୍ଲକରେ ଖୋଲିବ ।

Leave A Reply

Your email address will not be published.