ପ୍ରମୁଖ ଖବର

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

ଭୁବେଶ୍ବରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ୍

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ୍। ମଞ୍ଚେଶ୍ବର ସ୍ଥିତ ଚାଉଳ ଗୋଦାମଠାରେ ଖୋଲିଛି ଏହି ରାଇସ୍ ଏଟିଏମ୍‌ । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଏଟିଏମରୁ ଜଣେ ହିତାଧିକାରୀ ନିଜ କାର୍ଡ ନମ୍ବର ମାରି ଥମ୍ବ ସ୍କାନ କରି ଚାଉଳ ନେଇପାରିବେ। ପରୀକ୍ଷା ମୂଳକ ଭାବେ ଏହି ଯୋଜନା ଆରମ୍ଭ କରାଯାଇଥିଲା ବେଳେ ଏହା ସଫଳ ହେଲେ ସବୁ ଜିଲା ଓ ବ୍ଲକ୍‌ରେ ଖୋଲିବ ବୋଲି ମନ୍ତ୍ରୀ ପତ୍ର କହିଛନ୍ତି। ଜଣେ ଖାଉଟି ସର୍ବାଧିକ ୨୫ କେଜି ଯାଏ ଚାଉଳ ଏଟିଏମ୍ରୁ ବାହାର କରିପାରିବେ । ଅନ୍ୟ ଜିଲ୍ଲାର ହିତାଧିକାରୀ ମଧ୍ୟ ଆସି ଭୁବନେଶ୍ୱରରେ ଥିବା ଚାଉଳ ଏଟିଏମ୍‌ରୁ ଚାଉଳ ନେଇପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।

ତେବେ ଏହି ଚାଉଳ ଏଟିଏମ୍‌ରୁ ସୁବିଧା ପାଇବାକୁ ହେଲେ ଜଣେ ହିତାଧିକାରୀଙ୍କୁ ପ୍ରଥମେ ଏହି ମେସିନରେ ବାୟୋମେଟ୍ରିକ, ରାସନ କାର୍ଡର ସୂଚନା ଦେବାକୁ ପଡ଼ିବ । ଲୋକମାନେ ଟିପ୍ ଚିହ୍ନ ଦେଇ ବାୟୋମେଟ୍ରିକ ଯାଞ୍ଚ କରିବା ପରେ ଏଟିଏମ୍‌ରୁ ଟଙ୍କା ଉଠାଇବା ଭଳି ଚାଉଳ ବାହାର କରିପାରିବେ ।ରାଜଧାନୀରେ ଖୋଲିଥିବା ଦେଶର ପ୍ରଥମ ଚାଉଳ ଏଟିଏମ୍‌ ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ ଏହା ସବୁ ଜିଲ୍ଲା ଆଉ ବ୍ଲକରେ ଖୋଲିବ ।

Leave A Reply

Your email address will not be published.