ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

କୁସ୍ତି ମୋଠୁ ଜିତିଗଲା ମୁଁ ହାରିଗଲି, ଅଲବିଦା କୁସ୍ତି : ଭିନେଶ ଫୋଗାଟ

0

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲରେ ଅଯୋଗ୍ୟ ଘୋଷଣା ହେବା ପରେ କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ଭିନେଶ। ଭିନେଶ ଫୋଗେଟ୍ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି। ଏକ୍ସରେ କୋହଭରା ଟ୍ବିଟ୍ କରି କୁସ୍ତିରୁ ସେ ଅବସର ଘୋଷଣା କରିଛନ୍ତି। ୧ ୦୦ କିଲୋଗ୍ରାମ ଓଜନ ବଢିବା କାରଣରୁ ସେ ଅଲିମ୍ପିକ୍ସ ଫାଇନାଲରୁ ବଞ୍ଚିତ ହେବାରୁ ମାଆଙ୍କ ସ୍ୱପ୍ନ ଓ ନିଜର ସାହାସ ଭାଙ୍ଗିଯାଇଥିବା ଏକ୍ସରେ କହିଛନ୍ତି ଭିନେଶ ।ସେ କହିଛନ୍ତି ଯେ ସେ ଦେଶବାସୀଙ୍କ ନିକଟରେ ଋଣି ହୋଇ ରହିବି। ବିଦାୟ କୁସ୍ତି।

ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ କୁସ୍ତିକୁ ବିଦାୟ ଦେବା ବେଳେ ଏକ୍ସ ମାଧ୍ୟମରେ ତାଙ୍କ ମା’ଙ୍କୁ କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି ଯେ ”ମାଆ… କୁସ୍ତି ମୋଠୁ ଜିତିଗଲା, ମୁଁ ହାରିଗଲି। ମୋତେ କ୍ଷମା କରିବ। ତୁମର ସ୍ବପ୍ନ ଓ ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ । ଅଲବିଦା କୁସ୍ତି ୨୦୦୧- ୨୦୨୪। ଆପଣ ସମସ୍ତଙ୍କ ପାଇଁ ସବୁଦିନ ମୁଁ ଋଣି ରହିବି । ମୋତେ କ୍ଷମା କରିବେ।”ବାଏ ବାଏ କଲେ ଭିନେଶ।

ଭିନେଶ ଫୋଗାଟଙ୍କ ଟ୍ୱିଟରୁ ଏହା ସ୍ପଷ୍ଟ ହୋଇଛି ଯେ ପ୍ୟାରିସ ଅଲିମ୍ପିକ୍ସରେ ତାଙ୍କ ସହ ଯାହା ଘଟିଛି ସେ ଅତ୍ୟନ୍ତ ଦୁଃଖିତ। ଏବଂ ଏହାର ଫଳ ସ୍ୱରୂପ ସେ ସନ୍ନ୍ୟାସ ଘୋଷଣା କରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସରେ ଉତ୍କୃଷ୍ଟ କୁସ୍ତି ପ୍ରଦର୍ଶନ କରି ମହିଳା ୫୦ କିଲୋଗ୍ରାମ ବର୍ଗର ଫାଇନାଲରେ ଭିନେଶ ତାଙ୍କ ସ୍ଥାନ ସୁରକ୍ଷିତ କରିଥିଲେ। ସେ ଅଲିମ୍ପିକ୍ ଫାଇନାଲରେ ଖେଳିଥିବା ପ୍ରଥମ ଭାରତୀୟ ମହିଳା ରେସଲର ହୋଇଥିଲେ। କିନ୍ତୁ, ଫାଇନାଲ୍ର ମ୍ୟାଚର କିଛି ଘଣ୍ଟା ପୂର୍ବରୁ, ସେ ଅଧିକ ଓଜନ ଥିବା ଅଭିଯୋଗ ହୋଇଥିଲା ଏବଂ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.