ପ୍ରମୁଖ ଖବର

ପ୍ରେସର ବୋମା ବିସ୍ଫୋରଣରେ ଯବାନ ସହିଦ
କୋରାପୁଟ ଜିଲାପାଳ ପାଇଲେ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ
ଇସ୍ରାଏଲରେ ଚାକିରି ଦେବା ନାଁରେ ଠକେଇ, ନକଲି ସାକ୍ଷାତକାର ବେଳେ ୩ ଗିରଫ
ସମ୍ବଲପୁରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
ଝାଡ଼ଖଣ୍ଡରେ ପୋଲିସ ଏନକାଉଣ୍ଟର, ୮ ନକ୍ସଲ ନିପାତ
ସରକାରଙ୍କୁ ଡାକ୍ତରଙ୍କ ଚେତାବନୀ; ୭ ଦଫା ଦାବି ପୂରଣ ନହେଲେ ସମୂହ ଇସ୍ତଫା

କୁସ୍ତି ମୋଠୁ ଜିତିଗଲା ମୁଁ ହାରିଗଲି, ଅଲବିଦା କୁସ୍ତି : ଭିନେଶ ଫୋଗାଟ

0

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲରେ ଅଯୋଗ୍ୟ ଘୋଷଣା ହେବା ପରେ କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ଭିନେଶ। ଭିନେଶ ଫୋଗେଟ୍ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି। ଏକ୍ସରେ କୋହଭରା ଟ୍ବିଟ୍ କରି କୁସ୍ତିରୁ ସେ ଅବସର ଘୋଷଣା କରିଛନ୍ତି। ୧ ୦୦ କିଲୋଗ୍ରାମ ଓଜନ ବଢିବା କାରଣରୁ ସେ ଅଲିମ୍ପିକ୍ସ ଫାଇନାଲରୁ ବଞ୍ଚିତ ହେବାରୁ ମାଆଙ୍କ ସ୍ୱପ୍ନ ଓ ନିଜର ସାହାସ ଭାଙ୍ଗିଯାଇଥିବା ଏକ୍ସରେ କହିଛନ୍ତି ଭିନେଶ ।ସେ କହିଛନ୍ତି ଯେ ସେ ଦେଶବାସୀଙ୍କ ନିକଟରେ ଋଣି ହୋଇ ରହିବି। ବିଦାୟ କୁସ୍ତି।

ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ କୁସ୍ତିକୁ ବିଦାୟ ଦେବା ବେଳେ ଏକ୍ସ ମାଧ୍ୟମରେ ତାଙ୍କ ମା’ଙ୍କୁ କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି ଯେ ”ମାଆ… କୁସ୍ତି ମୋଠୁ ଜିତିଗଲା, ମୁଁ ହାରିଗଲି। ମୋତେ କ୍ଷମା କରିବ। ତୁମର ସ୍ବପ୍ନ ଓ ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ । ଅଲବିଦା କୁସ୍ତି ୨୦୦୧- ୨୦୨୪। ଆପଣ ସମସ୍ତଙ୍କ ପାଇଁ ସବୁଦିନ ମୁଁ ଋଣି ରହିବି । ମୋତେ କ୍ଷମା କରିବେ।”ବାଏ ବାଏ କଲେ ଭିନେଶ।

ଭିନେଶ ଫୋଗାଟଙ୍କ ଟ୍ୱିଟରୁ ଏହା ସ୍ପଷ୍ଟ ହୋଇଛି ଯେ ପ୍ୟାରିସ ଅଲିମ୍ପିକ୍ସରେ ତାଙ୍କ ସହ ଯାହା ଘଟିଛି ସେ ଅତ୍ୟନ୍ତ ଦୁଃଖିତ। ଏବଂ ଏହାର ଫଳ ସ୍ୱରୂପ ସେ ସନ୍ନ୍ୟାସ ଘୋଷଣା କରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସରେ ଉତ୍କୃଷ୍ଟ କୁସ୍ତି ପ୍ରଦର୍ଶନ କରି ମହିଳା ୫୦ କିଲୋଗ୍ରାମ ବର୍ଗର ଫାଇନାଲରେ ଭିନେଶ ତାଙ୍କ ସ୍ଥାନ ସୁରକ୍ଷିତ କରିଥିଲେ। ସେ ଅଲିମ୍ପିକ୍ ଫାଇନାଲରେ ଖେଳିଥିବା ପ୍ରଥମ ଭାରତୀୟ ମହିଳା ରେସଲର ହୋଇଥିଲେ। କିନ୍ତୁ, ଫାଇନାଲ୍ର ମ୍ୟାଚର କିଛି ଘଣ୍ଟା ପୂର୍ବରୁ, ସେ ଅଧିକ ଓଜନ ଥିବା ଅଭିଯୋଗ ହୋଇଥିଲା ଏବଂ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.