ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ବିହାରରେ ଦଳାଚକଟା: ୭ ମୃତ

0

ବିହାର: ବିହାର ଜେହନାବାଦ ଜିଲ୍ଲାର ଏକ ମନ୍ଦିରରେ ଦଳାଚକଟା ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ବିହାରର ଜେହାନାବାଦରେ ଶ୍ରାବଣ ମାସ ଶେଷ ସୋମବାରରେ ଏକ ବଡ଼ ଅଘଟଣ ଘଟିଛି। ଭକ୍ତଙ୍କ ମଧ୍ୟରେ ଦଳାଚକଟାରେ ଅନେକଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଥିରେ ୩ ମହିଳା ଅଛନ୍ତି। ଏହାସହ ୧୨ରୁ ୧୫ ଜଣ ଆହତ ହୋଇଛନ୍ତି। ୱାନୱାର୍‌ ସିଦ୍ଧେଶ୍ୱର ଧାମଙ୍କ ଭକ୍ତଙ୍କ ଭିଡ଼ରେ ଏହି ଘଟଣା ଘଟିଛି।ସୋମବାର ସକାଳେ ସୂର୍ଯ୍ୟୋଦୟ ସମୟରେ ଏହି ଦୁର୍ଘଟଣା ଘଟିଛି। ମନ୍ଦିର ପରିସରରେ ନିୟୋଜିତ ପୋଲିସ ଓ ସ୍ବେଚ୍ଛାସେବୀମାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କୁ ଡାକ୍ତରଖାନା ନିଆଯାଉଛି। ଜେହାନାବାଦ ଏସ୍‌ଏଚ୍‌ଓ ଦିୱାକର କୁମାର ବିଶ୍ୱକର୍ମା କହିଛନ୍ତି, ଦୁର୍ଘଟଣା ପରେ ଡିଏମ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେ ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆମେ ମୃତ ଓ ଆହତ ଲୋକଙ୍କ ପରିବାରକୁ ଭେଟି ପଚରାଉଚରା କରୁଛୁ। ଯେଉଁମାନଙ୍କ ମୃତ୍ୟୁ ଘଟିଛି ସେମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛନ୍ତି। ଏହା ପରେ ଆମେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯିବ।

Leave A Reply

Your email address will not be published.