ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ବିହାରରେ ଦଳାଚକଟା: ୭ ମୃତ

0

ବିହାର: ବିହାର ଜେହନାବାଦ ଜିଲ୍ଲାର ଏକ ମନ୍ଦିରରେ ଦଳାଚକଟା ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ବିହାରର ଜେହାନାବାଦରେ ଶ୍ରାବଣ ମାସ ଶେଷ ସୋମବାରରେ ଏକ ବଡ଼ ଅଘଟଣ ଘଟିଛି। ଭକ୍ତଙ୍କ ମଧ୍ୟରେ ଦଳାଚକଟାରେ ଅନେକଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଥିରେ ୩ ମହିଳା ଅଛନ୍ତି। ଏହାସହ ୧୨ରୁ ୧୫ ଜଣ ଆହତ ହୋଇଛନ୍ତି। ୱାନୱାର୍‌ ସିଦ୍ଧେଶ୍ୱର ଧାମଙ୍କ ଭକ୍ତଙ୍କ ଭିଡ଼ରେ ଏହି ଘଟଣା ଘଟିଛି।ସୋମବାର ସକାଳେ ସୂର୍ଯ୍ୟୋଦୟ ସମୟରେ ଏହି ଦୁର୍ଘଟଣା ଘଟିଛି। ମନ୍ଦିର ପରିସରରେ ନିୟୋଜିତ ପୋଲିସ ଓ ସ୍ବେଚ୍ଛାସେବୀମାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କୁ ଡାକ୍ତରଖାନା ନିଆଯାଉଛି। ଜେହାନାବାଦ ଏସ୍‌ଏଚ୍‌ଓ ଦିୱାକର କୁମାର ବିଶ୍ୱକର୍ମା କହିଛନ୍ତି, ଦୁର୍ଘଟଣା ପରେ ଡିଏମ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେ ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆମେ ମୃତ ଓ ଆହତ ଲୋକଙ୍କ ପରିବାରକୁ ଭେଟି ପଚରାଉଚରା କରୁଛୁ। ଯେଉଁମାନଙ୍କ ମୃତ୍ୟୁ ଘଟିଛି ସେମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛନ୍ତି। ଏହା ପରେ ଆମେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯିବ।

Leave A Reply

Your email address will not be published.