ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଆଇଆଇଟି ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

0

ଭୁବନେଶ୍ୱର: ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରେ ଅଭାବନୀୟ ଘଟଣା ଘଟିଛି। କ୍ୟାମ୍ପସରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି। ହଷ୍ଟେଲ ୫ମହଲା ଛାତରୁ ଡେଇଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଅରୁଗୁଳ ଆଇଆଇଟି କ୍ୟାମ୍ପସରୁ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କ ଘର ଦିଲ୍ଲୀରେ ଥିବା ବେଳେ ତାଙ୍କ ନାମ କ୍ରୀତିକା ରାଜ ବୋଲି ସୂଚନା ରହିଛି। ତେବେ ମୃତ୍ୟୁ ପଛରେ କ’ଣ କାରଣ ରହିଛି ତାହା ଏଯାବତ୍‌ ଜଣାପଡ଼ି ନାହଁ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆଇଆଇଟି କ୍ୟାମ୍ପସ ଭିତରେ ଜୋରରେ ଶବ୍ଦ ହୋଇଥିଲା। ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ଅଧିକାରୀ ସେଠାରେ ଛାତ୍ରୀ ଜଣଙ୍କ ତଳେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ପରେ ରିତିକାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି, ସେନେଇ କୌଣସି ସଠିକ୍ କାରଣ ଜଣାପଡ଼ିନାହିଁ।

ଆଇଆଇଟି-ଭୁବନେଶ୍ୱର ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ଛାତ୍ରୀ ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ଲାଇବ୍ରେରୀ ଥିବା ପ୍ରଶାସନ ଭବନର ପଞ୍ଚମ ମହଲାରୁ ଡେଇଁପଡିଥିଲେ। ନିକଟରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ଶବ୍ଦ ପାଇ ତୁରନ୍ତ ଛାତ୍ରୀଙ୍କୁ ଦେଖି ପ୍ରଶାସନକୁ ସୂଚନା ଦେଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ କର୍ମଚାରୀଙ୍କ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଫୋରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିବା ଜଣାଯାଇଛି। କ୍ରିତିକା ୧୦ ଦିନ ପୂର୍ବରୁ ତାଙ୍କ ଘରକୁ ଯାଇଥିଲେ ଏବଂ ଫେରିବା ପରେ ସବୁବେଳେ ଚୁପ୍ ରହୁଥିଲେ। ସେପଟେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଇ ଦେଇଛି। ଅଧିକ ତଦନ୍ତ ଚାଲିଛି।

Leave A Reply

Your email address will not be published.