ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ନକଲି ନୋଟ୍ କାରବାରର ଓଡିଶା ଲିଙ୍କ

0

ଉତ୍ତରପ୍ରଦେଶ: ୟୁପିରେ ନକଲି ନୋଟ୍ କାରବାରର ଓଡିଶା ଲିଙ୍କ। ଭଦ୍ରକର ଜାହିର ଖାନ୍ ନେଟଓ୍ବର୍କର ମାଷ୍ଟରମାଇଣ୍ଡ। ଉତ୍ତରପ୍ରଦେଶର ପ୍ରୟାଗରାଜ ଅତ୍ତରସୁଇୟାର ଏକ ମଦ୍ରାସାରେ ଚାଞ୍ଚଲ୍ୟକର ଖୁଲାସା। ମଦ୍ରାସା ପାଲଟିଥିଲା ନକଲି ନୋଟ୍ ଛପା କାରଖାନା । ପ୍ରିନ୍ସିପାଲଙ୍କ ସମେତ ୪ଜଣଙ୍କୁ ଘଟଣାରେ ଗିରଫ କରିଛି ପୋଲିସ ।

ତେବେ ସବୁଠୁ ବଡ଼ କଥା ହେଲା, ଜାଲ ନୋଟ୍ କାରବାରର ମାଷ୍ଟରମାଇଣ୍ଡ ହେଉଛି ଭଦ୍ରକ ବାସୁଦେବପୁରର ଜାହିର ଖାନ୍। ମଦ୍ରାସାର ପ୍ରିନ୍ସିପାଲ ବି ଭଦ୍ରକର ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରୁ ମୌଲବୀ ମହମ୍ମଦ ତଫସିରୁଲ ଆରିଫିନ, ଜାହିର ଖାନ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଶୁକଦେବପୁର ୱାର୍ଡ ନମ୍ବର ୧୩ ର ବୋଲି ଜଣାପଡିଛି । ସାଜିଦ ଖାନଙ୍କ ପୁଅ ହୋଇଥିବା ବେଳେ ଜାହିର ଗତ ୭ ବର୍ଷ ହେବ ପ୍ରୟାଗରାଜ ଠାରେ ଥିବା ଏକ ମାଡ୍ରାସରେ ରହି ମୌଲାନା ପାଠ ପଢ଼ୁଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।

ହେଲେ ଗତ ୮ ଦିନ ପୂର୍ବରୁ ପୁଅ ଜାହିରକୁ ଏପରି ଏକ ଘଟଣାରେ ପୋଲିସ ଗିରଫ କରିଥିବା ଫୋନ ଆସିଥିଲା ବୋଲି ପରିବାର ସୂତ୍ରରୁ ଜଣାପଡିଛି। ଏହି ଖବରକୁ ନେଇ ବାସୁଦେବପୁର ପୋଲିସ ସାଜିଦକୁ ଡାକି ପଚାରଉଚରା କରିଥିବା ସୂଚନା ମିଳିଛି ।ଚଢାଉ ବେଳେ ପୋଲିସ ୧ଲକ୍ଷ ୩୦ ହଜାରର ନକଲି ଶହେ ଟଙ୍କିଆ ନୋଟ, ନୋଟ ଛପା ମେସିନ୍, ପ୍ରିଣ୍ଟର, ଲାପଟପ, ପେପର କଟର ସହ ନୋଟ୍‌ ଛାପିବାରେ ବ୍ୟବହାର ହେଉଥିବା ସରଞ୍ଜାମ ମଧ୍ୟ ଜବତ କରିଛି ।

ହାଇକ୍ବାଲିଟି ସ୍କାନରରେ ଶହେ ଟଙ୍କିଆ ନୋଟକୁ ପ୍ରଥମେ ସ୍କାନ କରାଯାଉଥିଲା। ଏହାପରେ ଏ-ଫୋର୍ ସାଇଜ୍ ପେପରରେ ନୋଟକୁ ପ୍ରିଣ୍ଟ କରାଯାଉଥିଲା। ନୋଟ୍ ଅସଲି ଲାଗିବା ପାଇଁ ଏହା ଉପରେ ସବୁଜ ରଙ୍ଗର ସେଲୋ ଟେପ୍ ବି ଲଗାଯାଉଥିଲା । ଅଧିକାଂଶ ନୋଟର ନମ୍ବର ଏକା ରହୁଥିଲା। ଅଭିଯୁକ୍ତମାନେ ପ୍ରଥମେ ନିଜେ ହିଁ ବଜାରରେ ନକଲି ନୋଟ ଚଳାଉଥିଲେ। ଏହାପରେ କିଛି ଲୋକଙ୍କୁ କମିଶନ ଲୋଭ ଦେଖାଇ ଜାଲ ନୋଟ୍ ଚଳାଇବାକୁ ଦେଉଥିଲେ। ତିନିଟି ନକଲି ନୋଟ୍ ଚଳାଇବା ବଦଳରେ ଗୋଟିଏ ଅସଲି ନୋଟ୍ ଦେବାକୁ ଡିଲ୍ ହେଉଥିଲା।

Leave A Reply

Your email address will not be published.