ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଗଣେଶ ମୂର୍ତ୍ତି ଭସାଣି ବେଳେ ଛୁରାମାଡ଼ ଜଣେ ମୃତ, ୩ ଗୁରୁତର

0

ଖୁଣ୍ଟୁଣୀ: ଗଣେଶ ମୂର୍ତ୍ତି ଭସାଣି ବେଳେ ଘଟିଛି ଅଘଟଣ। ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଛୁରାମାଡ଼ ହୋଇଛି। ଗଣେଶ ମୂର୍ତ୍ତି ଭସାଣି ବେଳେ ଛୁରାମାଡ଼, ଜଣେ ମୃତ ଆଉ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଧୁରୁସିଆ ଗାଁରେ ଗଣେଶ ମୂର୍ତ୍ତି ଭସାଣ ବେଳେ ଏହି ଅଘଟଣ ଘଟିଛି। କଟକ ମେଡିକାଲରେ ଜଣଙ୍କୁ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ଲାଗି ରହିଛି।

ଗଣେଶ ମୂର୍ତ୍ତି ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଅନ୍ୟ ୨ ଗୁରୁତର ଘରେ ଚିକିତ୍ସିତ ହେଉଛନ୍ତି। ମୃତକ ଜଣଙ୍କ ନାବାଳକ ବୋଲି ସୂଚନା ରହିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଗୋପାଳ ସାହି ଓ ଧୁରୁସିଆ ଗାଁରେ ଗଣେଶ ମୂର୍ତ୍ତି ଭସାଣି ହେଉଥିଲା ଏହି ସମୟରେ ଦୁଇ ଗାଁର ପିଲା ମୁହାଁମୁହିଁ ହୋଇଥିଲେ।

ପରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ଛୁରା ଓ ଭୁଜାଲି ଆକ୍ରମଣ ହୋଇଥିଲା। ପୁଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା। ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.