ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସୁଭଦ୍ରା ଯୋଜନା ଫର୍ମ ପୂରଣ ଓ ପଞ୍ଜିକରଣ ପାଇଁ ଟଙ୍କା ମାଗିବା ପଡିଲା ମହାଙ୍ଗା

0

ଭୁବନେଶ୍ବର; ସୁଭଦ୍ରା ଯୋଜନା ପାଇଁ ଏବେ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ନାହିଁ ନଥିବା ଭିଡ। ହେଲେ ଏହାରି ଭିତରେ କିଛି ଖଳ ପ୍ରକୃତିର ବ୍ୟକ୍ତି ଚଞ୍ଚକତା କରି ଲୋକଙ୍କ ଠାରୁ ଟଙ୍କା ଲୁଟିବାରେ ଲାଗିଛନ୍ତି । ସୁଭଦ୍ରା ଯୋଜନା ଫର୍ମ ପୂରଣ ଓ ପଞ୍ଜିକରଣ ସଂପୂର୍ଣ୍ଣ ମାଗଣା ହୋଇଥିବା ବେଳେ କିଛି ଜନସେବା କେନ୍ଦ୍ର କିନ୍ତୁ ଲୋକଙ୍କୁ ଭୂଆଁ ବୁଲାଇ ଏହାର ଫାଇଦା ଉଠାଉଛନ୍ତି । ଲୋକମାନେ ଟଙ୍କା ପାଇବେ ଆଶାରେ ସେମାନଙ୍କୁ ଟଙ୍କା ଦେଉଛନ୍ତି । ଏହାକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ଘୋଷଣା ହୋଇଥିଲେ ମଧ୍ୟ ସୁଧୁରୁନାହାନ୍ତି ଲୋକେ ।

ଏବେ ଏହି ଘଟଣାରେ ସିଲ୍ ହୋଇଛି ଜନସେବା କେନ୍ଦ୍ର। ସୁଭଦ୍ରା ଫର୍ମ ଡିଜିଟାଇଜେସନ୍ ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ଆସିବା ପରେ ଉକ୍ତ ଜନସେବା କେନ୍ଦ୍ରକୁ ସିଲ୍ କରାଯାଇଛି। ଏମିତି କିଛି ଘଟଣା ଘଟିଛି ଖୋର୍ଦ୍ଧା ପୌରାଞ୍ଚଳ ମୁକୁନ୍ଦ ପ୍ରସାଦରେ। ମୁକୁନ୍ଦପ୍ରସାଦରେ ଏକ ଜନସେବା କେନ୍ଦ୍ର ଟଙ୍କା ମାଗିବା ଅଭିଯୋଗ ଆସିବା ପରେ ସେହି ଜନସେବା କେନ୍ଦ୍ରକୁ ସିଲ୍ କରିଦେଇଛନ୍ତି ଜିଲ୍ଲା ପ୍ରଶାସନ।

ଏହା ସହିତ ଭୁବନେଶ୍ୱରର ୨ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ଗିରଫ କଲା ପୋଲିସ। ସୁଭଦ୍ରା ଯୋଜନାରେ ଫର୍ମ ଆଣିବା କିମ୍ବା ଆବେଦନ ସମ୍ପୂର୍ଣ୍ଣ ମାଗଣାରେ କରାଯାଉଥିବାବେଳେ ୨ ଜନସେବା କେନ୍ଦ୍ରର କର୍ମଚାରୀ ଅର୍ଥ ଦାବି କରିଥିଲେ। ଉଭୟେ ନିଳାଦ୍ରିବିହାର ଏବଂ ସତ୍ୟନଗର ସ୍ଥିତ ଜନସେବା କେନ୍ଦ୍ରର କର୍ମଚାରୀ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.