ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ସୁଭଦ୍ରା ଯୋଜନା ଫର୍ମ ପୂରଣ ଓ ପଞ୍ଜିକରଣ ପାଇଁ ଟଙ୍କା ମାଗିବା ପଡିଲା ମହାଙ୍ଗା

0

ଭୁବନେଶ୍ବର; ସୁଭଦ୍ରା ଯୋଜନା ପାଇଁ ଏବେ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ନାହିଁ ନଥିବା ଭିଡ। ହେଲେ ଏହାରି ଭିତରେ କିଛି ଖଳ ପ୍ରକୃତିର ବ୍ୟକ୍ତି ଚଞ୍ଚକତା କରି ଲୋକଙ୍କ ଠାରୁ ଟଙ୍କା ଲୁଟିବାରେ ଲାଗିଛନ୍ତି । ସୁଭଦ୍ରା ଯୋଜନା ଫର୍ମ ପୂରଣ ଓ ପଞ୍ଜିକରଣ ସଂପୂର୍ଣ୍ଣ ମାଗଣା ହୋଇଥିବା ବେଳେ କିଛି ଜନସେବା କେନ୍ଦ୍ର କିନ୍ତୁ ଲୋକଙ୍କୁ ଭୂଆଁ ବୁଲାଇ ଏହାର ଫାଇଦା ଉଠାଉଛନ୍ତି । ଲୋକମାନେ ଟଙ୍କା ପାଇବେ ଆଶାରେ ସେମାନଙ୍କୁ ଟଙ୍କା ଦେଉଛନ୍ତି । ଏହାକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ଘୋଷଣା ହୋଇଥିଲେ ମଧ୍ୟ ସୁଧୁରୁନାହାନ୍ତି ଲୋକେ ।

ଏବେ ଏହି ଘଟଣାରେ ସିଲ୍ ହୋଇଛି ଜନସେବା କେନ୍ଦ୍ର। ସୁଭଦ୍ରା ଫର୍ମ ଡିଜିଟାଇଜେସନ୍ ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ଆସିବା ପରେ ଉକ୍ତ ଜନସେବା କେନ୍ଦ୍ରକୁ ସିଲ୍ କରାଯାଇଛି। ଏମିତି କିଛି ଘଟଣା ଘଟିଛି ଖୋର୍ଦ୍ଧା ପୌରାଞ୍ଚଳ ମୁକୁନ୍ଦ ପ୍ରସାଦରେ। ମୁକୁନ୍ଦପ୍ରସାଦରେ ଏକ ଜନସେବା କେନ୍ଦ୍ର ଟଙ୍କା ମାଗିବା ଅଭିଯୋଗ ଆସିବା ପରେ ସେହି ଜନସେବା କେନ୍ଦ୍ରକୁ ସିଲ୍ କରିଦେଇଛନ୍ତି ଜିଲ୍ଲା ପ୍ରଶାସନ।

ଏହା ସହିତ ଭୁବନେଶ୍ୱରର ୨ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ଗିରଫ କଲା ପୋଲିସ। ସୁଭଦ୍ରା ଯୋଜନାରେ ଫର୍ମ ଆଣିବା କିମ୍ବା ଆବେଦନ ସମ୍ପୂର୍ଣ୍ଣ ମାଗଣାରେ କରାଯାଉଥିବାବେଳେ ୨ ଜନସେବା କେନ୍ଦ୍ରର କର୍ମଚାରୀ ଅର୍ଥ ଦାବି କରିଥିଲେ। ଉଭୟେ ନିଳାଦ୍ରିବିହାର ଏବଂ ସତ୍ୟନଗର ସ୍ଥିତ ଜନସେବା କେନ୍ଦ୍ରର କର୍ମଚାରୀ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.