ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ବାତିଲ ହେଲା ପ୍ରେସଭ୍ୟୁ ଆଇ ଡ୍ରପ ଲାଇସେନ୍ସ

0

ମୁମ୍ବାଇ: ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ପ୍ରେସଭ୍ୟୁ ନାମକ ଏକ ଆଇ ଡ୍ରପର ଉତ୍ପାଦନ ଏବଂ ମାର୍କେଟିଂ ଲାଇସେନ୍ସକୁ ବାତିଲ କରିଦେଇଛି। ଏହି ଆଖି ଡ୍ରପ୍ ମୁମ୍ବାଇ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଏଣ୍ଟୋଡ୍ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। କମ୍ପାନୀ ପକ୍ଷରୁ ଦାବି କରାଯାଇଥିଲା ଯେ, ଆଖିରେ ଏହି ଆଇ ଡ୍ରପ୍ ପକାଇବା ପରେ ଚଷମା ପିନ୍ଧିବାର କୌଣସି ଆବଶ୍ୟକତା ପଡିବ ନାହିଁ। ଏବଂ ଚଷମା ବିନା ବହି ସହଜରେ ପଢିହେବ।

ଡାକ୍ତରଙ୍କ ପରାମର୍ଶରେ ଏହି ଆଇ ଡ୍ରପ୍ ବ୍ୟବହାର କରାଯାଇପାରିବ ବୋଲି ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ଅନୁମତି ଦେଇଥିଲା। କିନ୍ତୁ ବିନା ପ୍ରେସକ୍ରିପସନରେ ଏହାର ବିକ୍ରୟକୁ ପ୍ରୋତ୍ସାହିତ କରୁଥିବା ନେଇ କମ୍ପାନୀ ଉପରେ ଅଭିଯୋଗ କରାଯାଇଛି। ଆହୁରି ମଧ୍ୟ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ଏହା ହେଉଛି ଦେଶର ପ୍ରଥମ ଆଖି ଡ୍ରପ୍, ଯାହା ପ୍ରେସବୋପିଆରେ ପୀଡିତ ଲୋକଙ୍କୁ ବିନା ଚଷମାରେ ପଢ଼ିବାକୁ ସାହାଯ୍ୟ କରିବ। ତେବେ ଅକ୍ଟୋବରରେ ଏହି ଆଇ ଡ୍ରପ୍ ମାର୍କେଟକୁ ଆସିବାର ଥିଲା।

Leave A Reply

Your email address will not be published.