ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ମିଠା ପ୍ୟାକେଟରେ ଲାଞ୍ଚ ଦେଇ ଗିରଫ ହେଲେ ସିମେଣ୍ଟ କମ୍ପାନୀର ସିଏମଓ

0

ବରଗଡ଼: ବରଗଡ଼ ଜିଲ୍ଲାପାଳଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜେଲାନ୍ସ ହାତରେ ଧରା ପଡିଲେ ସିମେଣ୍ଟ ଉତ୍ପାଦକ କେନ୍ଦ୍ରର ଜଣେ ଅଧିକାରୀ। ବୁଧବାର ସନ୍ଧ୍ୟା ୫ଟା ସମୟରେ ଛତିଶଗଡ଼ ଅମ୍ବୁଜା ସିମେଣ୍ଟର ମୁଖ୍ୟ ଉତ୍ପାଦନ ଅଧିକାରୀ ରାମଭବ ଗଟ୍ଟୁ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ଫୁଲତୋଡ଼ା ଏବଂ ମିଠା ପ୍ୟାକେଟ୍‌ ଦେଇଥିଲେ।

ତେବେ ମିଠା ପ୍ୟାକେଟ୍‌କୁ ସନ୍ଦେହ କରି ତାହା ଖୋଲିବା ପାଇଁ ଜିଲାପାଳ ତାଙ୍କ କାର୍ଯ୍ୟାଳୟର ପିଅନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପିଅନ ସେହି ମିଠା ପ୍ୟାକେଟ୍‌ ଖୋଲିବା ପରେ ୪ ବଣ୍ଡେଲ ୫୦୦ ଟଙ୍କିଆ ନୋଟ୍‌ ୨ ଲକ୍ଷ ଟଙ୍କା ବାହାରିଥିଲା। ଏହାପରେ ଅଭିଯୁକ୍ତଙ୍କୁ କାର୍ଯ୍ୟାଳୟରେ ଅଟକ ରଖାଯାଇ ଭିଜିଲାନ୍ସକୁ ସେନେଇ ସୂଚନା ଦିଆଯାଇଥିଲା। ଭିଜିଲାନ୍ସ ଟିମ୍‌ ପହଞ୍ଚି ତାଙ୍କୁ ଗିରଫ କରିବା ସହିତ ଫୁଲତୋଡ଼ା ଏବଂ ୨ ଲକ୍ଷ ଟଙ୍କା ଜବତ କରିଛି।

Leave A Reply

Your email address will not be published.