ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଆପାର୍ଟମେଣ୍ଟର ଆଉଟ୍‌ହାଉସରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର

0

ଭୁବନେଶ୍ବର: ଖଣ୍ଡଗିରି ଥାନା ଅଧିନରେ ଥିବା ଏକ ଘର ଭିତରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ତେବେ ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସେହି ଘରେ ଲିଭ ଇନ୍ ରେ ରହୁଥିବା ସୂଚନା ମିଳିଥିବା ବେଳେ ପରିବାର ଲୋକ କିନ୍ତୁ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ସେପଟେ ପୁରୁଷ ବନ୍ଧୁ ଜଣଙ୍କ ଫେରାର ଥିବା ସୂଚନା ମିଳିଛି।

ତେବେ ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଦାମନଯୋଡ଼ି ଥାନା ମାଥାଲପୁଟ ଗାଁର ଜ୍ୟୋତିରେଖା ପରିଡ଼ା ଏମସିଏ ପାଠ ପଢା ସାରି ଭୁବନେଶ୍ବର ଏକ ଆପାର୍ଟମେଣ୍ଟରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଲିଭ ଇନ ସଂପର୍କରେ ରହୁଥିଲେ। ତାଙ୍କ ପୁରୁଷ ବନ୍ଧୁଙ୍କ ଘର ଗଞ୍ଜାମ। କିନ୍ତୁ ଏଥିରେ ଯୁବତୀଙ୍କ ପରିବାର ଲୋକେ ରାଜି ନଥିଲେ। ଯୁବତୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଉକ୍ତ ପୁରୁଷ ବନ୍ଧୁ ଜଣଙ୍କ ଯୁବତୀଙ୍କୁ ବିବାହ କରିଥିଲେ। ଯୁବତୀଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

ତେବେ ରାକ୍ଷୀ ପୂର୍ଣ୍ଣିମାଠାରୁ ଉଭୟରେ ଖଣ୍ଡଗିରିରେ ଥିବା ଏକ ଆପାର୍ଟମେଣ୍ଟର ଆଉଟ୍‌ହାଉସରେ ରହୁଥିଲେ। ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ କହିବା ଅନୁସାରେ ଜ୍ୟୋତିରେଖା ଓ ତାଙ୍କ ପ୍ରେମିକ ପ୍ରିୟଙ୍କୁ ଦିନ ବେଳାରେ କେବେ ଦେଖିବାକୁ ପାଆନ୍ତି ନାହିଁ। ତେବେ ଗୁରୁବାର ରାତିରେ ଆପାର୍ଟମେଣ୍ଟ ସୋଶାଇଟି ମେମ୍ୱରମାନେ ଆଉଟ୍‌ହାଉସ୍‌ରେ ଝୁଲନ୍ତା ମୃତଦେହ ଦେଖି ଖଣ୍ଡଗିରି ଥାନା ପୁଲିସ୍‌କୁ ଖବର ଦେଇଥିଲେ। ଯାହାକୁ ଆଧାର କରି ଏହାକୁ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ଖଣ୍ଡଗିରି ପୋଲିସ୍। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଖୋଳତାଳ ଆରମ୍ଭ କରିଛି।

Leave A Reply

Your email address will not be published.