ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରୁ ନକଲି ମଦ ଜବତ

0

ଭୁବନେଶ୍ବର: ରାଜଧାନୀରେ ଚାଲୁଥିଲା ଅସଲି ବୋତଲରେ ନକଲି ମଦ କାରବାର। ତାହା ପୁଣି ସରକାରଙ୍କ ଠାରୁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ। ଅସଲି ବ୍ରାଣ୍ଡ ମଦ ବୋତଲ ଭିତରେ ନକଲ ମଦ ପୂରାଇ ଚାଲିଥିଲା କାରବାର।

ବରମୁଣ୍ଡା ସ୍ଥିତ ଏକ ମଦ ଦୋକାନରୁ ବିପୁଳ ପରିମାଣର ନକଲି ମଦ ଜବତ କରିଛି ଅବକାରୀ ବିଭାଗ। ପାଖାପାଖି ୪୦ ଲକ୍ଷ ଟଙ୍କାର ନକଲି ମଦ ଜବତ କରିଛି ପୋଲିସ୍। ଏହାକୁ ପରୀକ୍ଷା ପାଇଁ ସାମ୍ପଲ ପଠାଯିବ। ସେପଟେ ରେଡ୍‌ ପରେ ଅବକାରୀ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜବତ ହୋଇଥିବା ନକଲି ମଦ ବୋତଲ ଉପରେ ଜେସିବି ଚଳାଇଛି ଅବକାରୀ ବିଭାଗ। ଏଥିସହିତ ଉକ୍ତ ମଦ ଦୋକନର ଲାଇସେନ୍ସଧାରୀ ଜଣଙ୍କ ଝାଡଖଣ୍ଡର ହୋଇଥିବା ସୁଚନା ଦେଇଛନ୍ତି ଅବକାରୀ ବିଭାଗ।

Leave A Reply

Your email address will not be published.