ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଜଳପ୍ରପାତରେ ଭାସି ଯାଇ ୨ ଡାକ୍ତରୀ ଛାତ୍ରୀ ମୃତ

0

ଏଲୁର ମେଡିକାଲ୍‌ କଲେଜର ୫ଜଣ ଡାକ୍ତରୀ ଛାତ୍ରୀଛାତ୍ର ଭାସି ଯାଇଥିଲେ

୨ ଉଦ୍ଧାର ଓ ଜଣେ ଛାତ୍ରୀ ନିଖୋଜ
ଆଲୁରୀ: ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ଆଲୁରୀ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଆନ୍ଧ୍ରପ୍ରଦେଶର ତରଙ୍ଗିଣୀ ଜଳପ୍ରପାତରେ ଆନ୍ଧ୍ର ଏଲୁର ମେଡିକାଲ୍‌ କଲେଜର ୫ଜଣ ଡାକ୍ତରୀ ଛାତ୍ରୀଛାତ୍ର ଭାସି ଯାଇଥିଲେ। ଏଥିରେ ୨ ଡାକ୍ତରୀ ଛାତ୍ରୀଙ୍କର ମୃତ ହୋଇଥିବା ବେଳେ ଜଣେ ଛାତ୍ର, ଜଣେ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଏବେ ବି ଜଣେ ଛାତ୍ରୀ ନିଖୋଜ ଅଛନ୍ତି।

ମୋଟ ୧୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ମାଲକାନଗିରି ସୀମାନ୍ତ ଆନ୍ଧ୍ର ଆଲୁରୀ ଜିଲ୍ଲା ତରଙ୍ଗିଣୀ ଜଳପ୍ରପାତ ବୁଲିବାକୁ ଆସିଥିଲା ବେଳେ ଏହି ଅଘଟଣ ଘଟିଛି। ଜଳପ୍ରପାତ ନିକଟରେ ବସିଥିଲା ବେଳେ ହଠାତ ପାଣି ମାଡ଼ି ଆସିଥିଲା। ଏଥିରେ ୪ ଜଣ ଛାତ୍ରୀ ଓ ଜଣେ ଛାତ୍ର ପାଣିରେ ଭାସି ଯାଇଥିଲେ। ସେଠାରୁ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତିନିଜଣ ନିଖୋଜ ହୋଇଯାଇଥିଲେ। ଉଦ୍ଧାର ବେଳେ ଦୁଇଜଣ ଛାତ୍ରୀଙ୍କ ମୃତଦେହ ମିଳିଛି। ବର୍ତ୍ତମାନ ସୁଦ୍ଧା ଜଣେ ଛାତ୍ରୀ ନିଖୋଜ ଥିବା ଜଣାପଡିଛି।

ଉଦ୍ଧାର ହୋଇଥିବା ୨ ଜଣଙ୍କୁ ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯାହାଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ରାତି ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ନିଖୋଜ ଛାତ୍ରୀଙ୍କ ତଲାସି ଜାରି ରହିଛି । ଏହି ଛାତ୍ରଛାତ୍ରୀ ଏଲୁର୍ ମେଡିକାଲ କଲେଜର ବୋଲି ଜଣାପଡିଛି ।

Leave A Reply

Your email address will not be published.