ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆଇନ୍ ବୃତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

0

ଭୁବନେଶ୍ୱର: ଆଇନ୍ ବୃତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତି ଶିବ ଶଙ୍କର ମିଶ୍ର। ଆଇନ୍ ବୃତି ଏକ ମହାନ୍ ବୃତି । ତେଣୁ ଏହାକୁ ପେସା ଭାବେ ନେଇଥିବା ବ୍ୟକ୍ତିଙ୍କର ଆବଶ୍ୟକତା ହେଉଛି ଶାଳୀନତା। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ରେ ୨୦୨୪-୨୫ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ନୂତନ ବ୍ୟାଚର ଛାତ୍ରଛାତ୍ରୀଙ୍କ ନିମନ୍ତେ ରବିବାର ଆୟୋଜିତ ୧୪ତମ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଜଷ୍ଟିସ୍ ମିଶ୍ର। ପୂର୍ବକାଳରେ ସମାଜ ସେବା ଏବଂ ପଛୁଆବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବା ହିଁ ଆଇନ୍ ବୃତିର ଏକମାତ୍ର ଉଦ୍ଦେଶ୍ୟ ଥିବା ବେଳେ ଏହା ମାଧ୍ୟମରେ କେହି କେବେ ନିଜର ଜୀବିକା ଭାବେ ବିବେଚନା କରୁ ନଥିଲା। ସେତେବେଳେ ସଚ୍ଚୋଟତା ଏବଂ ସମର୍ପଣ ଭାବ ସହ ଏହି ବୃତିରେ ସଂଶ୍ଳିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟ କରୁଥିଲେ। ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ସ୍ୱାଗତ ଭାଷଣ ଦେଇଥିଲେ ।

ଜଷ୍ଟିସ୍ ମିଶ୍ର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସେମାନେ ଖୁବ୍ ଭାଗ୍ୟବାନ ଯେ ସେମାନେ ସେମାନଙ୍କ ଶିକ୍ଷାନୁଷ୍ଠାନରେ କିଛି ପ୍ରସିଦ୍ଧ ଶିକ୍ଷକମାନଙ୍କ ଠାରୁ ଶିକ୍ଷା ଗ୍ରହଣ କରୁଛନ୍ତି ଯେଉଁମାନେ କି ଅନେକ ଆଇନ୍ ବିଶାରଦଙ୍କୁ ଗଢ଼ି ତୋଳିଛନ୍ତି। ଏଥି ସହିତ ବର୍ତମାନ ଉପଲବ୍ଧ ଇନ୍‌ଟରନେଟ ଏବଂ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ଗ୍ରହଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜସାଧ୍ୟ କରିଦେଇଛି ।

ସେ ନୂତନ ଛାତ୍ରଛାତୀଙ୍କ ସହ ବାର୍ତାଳାପ କରି ସେମାନଙ୍କୁ ଉପଦେଶ ଦେଇଥିଲେ । ଆଗାମୀ କିଛି ବର୍ଷ ସେମାନେ କେବଳ ପାଠପଢ଼ା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହି ଏହା ପରେ ସେମାନେ ଏହି ବୃତିରେ କିଭଳି ସୁଯୋଗ ରହିଛି ସେ ସମ୍ପର୍କରେ ବିସ୍ତୃତ ଧାରଣା ପାଇପାରିବେ ବୋଲି କହିଥିଲେ। ଜଷ୍ଟିସ୍ ମିଶ୍ର କହିଥିଲେ ଯେ ଏହି କାର୍ଯ୍ୟକ୍ରମ ତାଙ୍କୁ ଯୁବବର୍ଗଙ୍କ ସହ ଆଲୋଚନା କରିବା ନିମନ୍ତେ ସୁଯୋଗ ସୃଷ୍ଟି କରିଛି । ସୋଆ ଲ’ସ୍କୁଲର କିଛି ଗ୍ରାଜୁଏଟ୍ ମଧ୍ୟ ତାଙ୍କ ପାଖରେ ଇନ୍‌ଟର୍ଣ୍ଣ ଭାବେ କାର୍ଯ୍ୟ କରିଛନ୍ତି ବୋଲି ସେ କହିଥିଲେ ।

ପ୍ରଫେସର ନନ୍ଦ କହିଥିଲେ ଯେ ଆଇନଜୀବୀ ଏବଂ ବିଚାରପତିମାନଙ୍କୁ ସମାଜରେ ମେଧାରେ ପ୍ରତୀକ ବୋଲି ବିବେଚନା କରାଯାଏ । ଛାତ୍ରଛାତ୍ରୀମାନେ ଆଲୋଚନା, ବିତର୍କ ଏବଂ ଜଟିଳ ଭାବେ ଚିନ୍ତା କରି ସେମାନଙ୍କ ଜ୍ଞାନର ପରିସୀମାକୁ ବୃଦ୍ଧି କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ପ୍ରଫେସର ଆଜାଦ କହିଥିଲେ ଯେ ଏହି ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଅପୂର୍ବ ଯାତ୍ରାର ଅୟମାରମ୍ଭ । ଏହା ସେମାନଙ୍କୁ ଆଇନ୍ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେବା ସହିତ ବିଚାର ବ୍ୟବସ୍ଥାକୁ ବୁଝିବାରେ ମଧ୍ୟ ସାହାଯ୍ୟ କରିବ ।
ଅନୁଷ୍ଠାନର ଆସୋସିଏଟ୍ ପ୍ରଫେସର ଶ୍ରୀ ଆକାଶ ତ୍ରୀଖା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.