ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ଜଳପ୍ରପାତରେ ଭାସି ଯାଇ ୨ ଡାକ୍ତରୀ ଛାତ୍ରୀ ମୃତ

0

ଏଲୁର ମେଡିକାଲ୍‌ କଲେଜର ୫ଜଣ ଡାକ୍ତରୀ ଛାତ୍ରୀଛାତ୍ର ଭାସି ଯାଇଥିଲେ

୨ ଉଦ୍ଧାର ଓ ଜଣେ ଛାତ୍ରୀ ନିଖୋଜ
ଆଲୁରୀ: ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ଆଲୁରୀ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଆନ୍ଧ୍ରପ୍ରଦେଶର ତରଙ୍ଗିଣୀ ଜଳପ୍ରପାତରେ ଆନ୍ଧ୍ର ଏଲୁର ମେଡିକାଲ୍‌ କଲେଜର ୫ଜଣ ଡାକ୍ତରୀ ଛାତ୍ରୀଛାତ୍ର ଭାସି ଯାଇଥିଲେ। ଏଥିରେ ୨ ଡାକ୍ତରୀ ଛାତ୍ରୀଙ୍କର ମୃତ ହୋଇଥିବା ବେଳେ ଜଣେ ଛାତ୍ର, ଜଣେ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଏବେ ବି ଜଣେ ଛାତ୍ରୀ ନିଖୋଜ ଅଛନ୍ତି।

ମୋଟ ୧୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ମାଲକାନଗିରି ସୀମାନ୍ତ ଆନ୍ଧ୍ର ଆଲୁରୀ ଜିଲ୍ଲା ତରଙ୍ଗିଣୀ ଜଳପ୍ରପାତ ବୁଲିବାକୁ ଆସିଥିଲା ବେଳେ ଏହି ଅଘଟଣ ଘଟିଛି। ଜଳପ୍ରପାତ ନିକଟରେ ବସିଥିଲା ବେଳେ ହଠାତ ପାଣି ମାଡ଼ି ଆସିଥିଲା। ଏଥିରେ ୪ ଜଣ ଛାତ୍ରୀ ଓ ଜଣେ ଛାତ୍ର ପାଣିରେ ଭାସି ଯାଇଥିଲେ। ସେଠାରୁ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତିନିଜଣ ନିଖୋଜ ହୋଇଯାଇଥିଲେ। ଉଦ୍ଧାର ବେଳେ ଦୁଇଜଣ ଛାତ୍ରୀଙ୍କ ମୃତଦେହ ମିଳିଛି। ବର୍ତ୍ତମାନ ସୁଦ୍ଧା ଜଣେ ଛାତ୍ରୀ ନିଖୋଜ ଥିବା ଜଣାପଡିଛି।

ଉଦ୍ଧାର ହୋଇଥିବା ୨ ଜଣଙ୍କୁ ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯାହାଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ରାତି ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ନିଖୋଜ ଛାତ୍ରୀଙ୍କ ତଲାସି ଜାରି ରହିଛି । ଏହି ଛାତ୍ରଛାତ୍ରୀ ଏଲୁର୍ ମେଡିକାଲ କଲେଜର ବୋଲି ଜଣାପଡିଛି ।

Leave A Reply

Your email address will not be published.