ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବିଜେଡିର ୪ ନେତାଙ୍କୁ କାରଣ ଦର୍ଶାଅ ନୋଟିସ

0

ଭୁବନେଶ୍ବର: ବିଜେଡିର ୪ ଜଣ ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ବିଜେଡି କର୍ପୋରେଟର ଅମରେଶ ଜେନା ଏବଂ ବିରଞ୍ଚି ନାରାୟଣ ମହାଶୂପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ। ଅମରେଶ ଜେନା, ବିରଞ୍ଚି ମହାସୂପକାର, ବିବେକ ସ୍ବାଇଁ ଏବଂ ରାଜେଶ ପାତ୍ରଙ୍କୁ ଦଳରେ ବିଶୃଙ୍ଖଳା କାର୍ଯ୍ୟକଳାପ ପାଇଁ ନୋଟିସ ପଠାଯାଇଛି। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଚିବ, ବିଜୁ ଯୁବ ଜନତା ଦଳର ସଭାପତିଙ୍କୁ ବି ନୋଟିସ ହୋଇଛି। ୧୫ ଦିନ ମଧ୍ୟରେ ଉତ୍ତର ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ।

ଅଶୋକ ଓ ଅନନ୍ତଙ୍କ ସମର୍ଥକ କର୍ପୋରେଟର ସୋମବାର ଗୋଟିଏ ବସରେ ସମସ୍ତେ ପୁରୀ ଲୋକନାଥ ଦର୍ଶନ ପାଇଁ ଯାଇଛନ୍ତି। ହେଲେ ଏମାନଙ୍କ ସହ ବିରଞ୍ଚି ଏବଂ ଅମରେଶ ଜେନାଙ୍କ ଗୋଷ୍ଠୀ ଯାଇ ନାହାନ୍ତି। ଶୁକ୍ରବାର ଗୋଟିଏ ପଟେ ବିଏମସି କର୍ପୋରେସନ ବୈଠକ ଚାଲିଥିବାବେଳେ ଅନ୍ୟପଟେ କର୍ପୋରେସନ ବୈଠକ ବସିଥିଲା। ସବୁଠାରୁ ବଡ଼ କଥା ହେଉଛି ଏହି କର୍ପୋରେସନ ବୈଠକକୁ ବିଜେଡିର ପ୍ରାୟ ୪୦ ଜଣ କର୍ପୋରେଟର ଯାଇ ନ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଉ ଏକ ସ୍ଥାନରେ ଏକାଠି ବସିଥିଲେ। ଏତେ ସଂଖ୍ୟାରେ କର୍ପୋରେଟର ବିଏମସି ବେଠକକୁ ନ ଆସିବା ଏକ ବିଦ୍ରୋହର ସଂଙ୍କେତ ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ବିଏମସି କର୍ପୋରେସନ ବୈଠକରେ ଅଧାରୁ ଅଧିକ କର୍ପୋରେଟର ଯୋଗ ନଦେଇ ସମାନ୍ତରାଳ ଭାବେ ବୈଠକ କରିବା ଦଳୀୟ କନ୍ଦଳ ଆଡ଼କୁ ଇସାରା କରୁଛି।
ଭୁବନେଶ୍ୱର ବିଜେଡିରେ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି। ଭୁବନେଶ୍ୱର ମହାନଗର ନିଗମରେ ବିଜେଡ଼ିର ଦୁଇ ଗୋଷ୍ଠୀର ବିବାଦ ତୀବ୍ର ରୂପ ଧାରଣ କରିଛି। ଏହାକୁ ନେଇ ବିଜେଡି ଚିନ୍ତାରେ। ବିଜେଡି ହାତରୁ ବିଏମସି ଖସି ଯିବାର ଆଶଙ୍କା ସୃଷ୍ଟି ହେଇଛି । କିଛି ବିଜେଡ଼ି କର୍ପୋରେଟର ବିଜେପିରେ ମିଶିବା ଆଶଙ୍କା କରାଯାଉଛି।

Leave A Reply

Your email address will not be published.