ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ନ୍ୟାୟ ଦାବି କରି ଆରଜି କର ହସ୍ପିଟାଲର ୫୦ ଡାକ୍ତର ଦେଲେ ଇସ୍ତଫା

0

କଲିକତା: ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ରାୟ ୫୦ ଡାକ୍ତର ଇସ୍ତଫା ଦେଇଛନ୍ତି। ମହିଳା ଟ୍ରେନିଂ ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ମାମଲାରେ ନ୍ୟାୟ ଦାବି କରି ଆମରଣ ଅନଶନରେ ବସିଥିବା ଡାକ୍ତରଙ୍କୁ ସମର୍ଥନ ଦେବାକୁ ଯାଇ ଡାକ୍ତରମାନେ ଇସ୍ତଫା ଦେଇଛନ୍ତି। ଏହି ବରିଷ୍ଠ ଡାକ୍ତରମାନେ ଡାକ୍ତରଖାନାର ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ଏକ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ଆନ୍ଦୋଳନ କରୁଥିବା ଜୁନିୟର ଡାକ୍ତରଙ୍କ ପାଇଁ ଆମର ଏକତାର ପ୍ରତୀକ ଅଟେ ବୋଲି କହିଛନ୍ତି ।

ନିଜର ସାଥି ମହିଳା ଡାକ୍ତରଙ୍କୁ ନ୍ୟାୟ ଦାବିରେ ଗତ ଶନିବାରଠାରୁ କନିଷ୍ଟ ଡାକ୍ତରମାନେ ଆମରଣ ଅନଶନରେ ବସିଛନ୍ତି। ଏହାସହିତ ଦୁର୍ନୀତିମୁକ୍ତ ଏବଂ ମେଡିକାଲ କ୍ୟାମ୍ପସରେ ରୋଗୀ ଅନୁକୂଳ ପରିବେଶ ଦାବିରେ ଏହି ଅନଶନ ଚାଲିଛି। ସେହିପରି ସେମାନଙ୍କର ଅନ୍ୟାନ୍ୟ ଦାବି ହେଉଛି ରାଜ୍ୟର ସମସ୍ତ ଡାକ୍ତରଖାନା ଏବଂ ମେଡିକାଲ୍ କଲେଜଗୁଡ଼ିକ ପାଇଁ ଏକ କେନ୍ଦ୍ରୀଭୂତ ରେଫରାଲ୍ ବ୍ୟବସ୍ଥା ପ୍ରତିଷ୍ଠା, ବେଡ୍ ଖାଲି ମନିଟରିଂ ସିଷ୍ଟମ ଲାଗୁ କରିବା ଏବଂ ସିସିଟିଭି, ଅନ୍-କଲ୍ ରୁମ୍ ଏବଂ ୱାଶରୁମ୍ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ନିଶ୍ଚିତ କରିବାକୁ ଟାସ୍କଫୋର୍ସ ଗଠନ କରିବା। ଏଥିସହିତ ଡାକ୍ତରଖାନାରେ ପୋଲିସର ସୁରକ୍ଷା ବୃଦ୍ଧି, ସ୍ଥାୟୀ ମହିଳା ପୋଲିସ୍ କର୍ମଚାରୀ ନିଯୁକ୍ତି ଏବଂ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଖାଲି ପଦବୀ ଶୀଘ୍ର ପୂରଣ କରିବାକୁ ସେମାନେ ଦାବି କରୁଛନ୍ତି।

Leave A Reply

Your email address will not be published.