ପ୍ରମୁଖ ଖବର

୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବ ଓଡ଼ିଶା
ମିକ୍ସର ମେସିନ ସହ ଓଲଟିଲା ପିକଅପ; ୨ ମୃତ, ୨ ଗୁରୁତର
କେନ୍ଦୁଝରରେ ୬୫ ହଜାର କୋଟିର ଜେଏସଡବ୍ଲ୍ୟୁ ଷ୍ଟିଲ ପ୍ଲାଣ୍ଟ, ୩୨ ହଜାର ନିଯୁକ୍ତି ସୁଯୋଗ
ବାଣପୁରରେ ଭୟାବହ ଅଗ୍ନିକାଣ୍ଡ, ୭ ପରିବାରର ୧୪ ବଖରା ଘର ପୋଡ଼ି ଛାରଖାର
ଆସାମରେ ସମାନ ନାଗରିକ ସଂହିତା ବିଲ୍ ପାରିତ
NEET-UG 2026 ପେପର୍ ଲିକ୍ ମାମଲା: ସିବିଆଇର ଆଉ ୨ ଗିରଫ

ଏଥର ଦୀପାବଳୀରେ ଫୁଟିବନି ବାଣ

0

ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବା ଉପରେ ସଂପୂର୍ଣ୍ଣ ରୋକ ଲଗାଇଛନ୍ତି ସରକାର। ଏଥର ବି ଦୀପାବଳୀରେ ଫୁଟିବନି ବାଣ। ଦିଲ୍ଲୀ ଏନସିଆରରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବାକୁ ମନା କରିଛନ୍ତି। ତେବେ ଆଗାମୀ ୨୦୨୫ ଜାନୁଆରୀ ୧ ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ଜାରି କରିଛନ୍ତି ସରକାର। ଏମିତିକି ଦିଲ୍ଲୀରେ ଅନ୍‌ଲାଇନ ବାଣ ବିକ୍ରି ଉପରେ ମଧ୍ୟ କଟକଣା ଲଗାଯାଇଛି। ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ସରକାର।

ଏନେଇ ଆଲୋକପାତ କରିବା ସମୟରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାଏ କହିଛନ୍ତି, ଆମକୁ ଦିଲ୍ଲୀର ସହରର ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ଉପରେ ଗୁରୁତ୍ବ ଦେବାକୁ ପଡିବ। ବିଶେଷ କରି ଶୀତ ଦିନେ ବାୟୁମଣ୍ଡଳର ସ୍ଥିତିକୁ ସୁଧାରିବା ପାଇଁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ। ଶୀତ ଦିନରେ ପରିବେଶ ପ୍ରଦୂଷଣର ପ୍ରଭାବ ବେଶୀ ପଡୁଥିବାରୁ ବାଣକୁ ସଂପୂର୍ଣ୍ଣ ରାଜଧାନୀରେ ବ୍ୟାନ କରାଯାଇଛି। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ବାଣ ପ୍ରସ୍ତୁତି, ବିକ୍ରି ଏବଂ କୌଣସି ପ୍ରକାର ବ୍ୟବହାର ଉପରେ ରୋକ ଲଗାଇଛନ୍ତି ସରକାର। ତେବେ ବାଣ ଦ୍ବାରା ପରିବେଶ ଅଧିକ ପ୍ରଦୂଷିତ ହେଉଥିବାରୁ ଏଥିରୁ ଦିଲ୍ଲୀବାସୀଙ୍କୁ ରକ୍ଷା କରିବା ପାଇଁ ସରକାର ଏପରି ପଦକ୍ଷେପ ନେଇଛନ୍ତି , ଏଥିସହିତ ଦିଲ୍ଲୀବାସୀଙ୍କୁ ସହଯୋଗ କରିବା ପାଇଁ ଅପିଲ୍ ମଧ୍ୟ କରିଛନ୍ତି ମନ୍ତ୍ରୀ।

Leave A Reply

Your email address will not be published.