ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ଖୁବଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ଭାଷାର ବ୍ୟବହାର ହେବ

0

ନ୍ୟୁଜ୍ ବ୍ୟୁରୋ: ଓଡ଼ିଆ ୟୁଜର୍ସମାନଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ଭାଷାର ବ୍ୟବହାର ହେବ । ବିଭିନ୍ନ ସର୍ଚ୍ଚ ଇଂଜିନ ଏବଂ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାରେ ସଠିକ ଏବଂ ନିର୍ଭୁଲ ତଥ୍ୟ ପାଇପାରିବା ସମ୍ଭବପର ହୋଇପାରୁନାହିଁ, ଯାହା ଫଳରେ ଡିଜିଟାଲ ପ୍ଲାଟଫର୍ମମାନଙ୍କରେ ଓଡ଼ିଆ ୟୁଜର୍ସମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ତଥା ଡିଜିଟାଲ୍ ପ୍ଲାଟଫର୍ମରେ ସଠିକ୍ ଓଡ଼ିଆ ଭାଷାର ବ୍ୟବହାର ହେବା ସହ ଓଡ଼ିଆ ଲୋକମାନେ ନିଜ ମାତୃଭାଷାରେ ଯେପରି ସହଜଭାବେ ସମସ୍ତ ତଥ୍ୟ ପାଇପାରିବେ ଏବଂ ନିଜର ଅଭିବ୍ୟକ୍ତିକୁ ସରଳ ଭାବେ ପରିପ୍ରକାଶ କରିପାରିବେ, ସେ ନେଇ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଗୁଗୁଲ୍ ଇଣ୍ଡିଆ ଟିମ୍ ର ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଛି ।

ବୈଠକରେ ଡିଜିଟାଲ୍ ପ୍ଲାଟଫର୍ମ ମାନଙ୍କରେ ବ୍ୟବହାର ହେଉଥିବା ଓଡ଼ିଆ ଭାଷାକୁ କିପରି ସଠିକ୍ ଏବଂ ନିର୍ଭୁଲ ଭାବେ ଉପସ୍ଥାପିତ କରାଯାଇପାରିବ ସେନେଇ ଆଲୋଚନ କରାଯାଇଥିଲା । ଏଥି ସହ ଇଂରାଜୀ ଭାଷାରେ ଉପଲବ୍ଧ ହେଉଥିବା ତଥ୍ୟର ସଠିକ୍ ଓଡ଼ିଆ ଅନୁବାଦ, ଓଡ଼ିଆ ଲିପିର ଷ୍ଟାଣ୍ଡାର୍ଡ଼ାଇଜେସନ୍ ହେବା, ସାମାଜିକ ଗଣମାଧ୍ୟମରେ ଅଭିବ୍ୟକ୍ତି ପରିପ୍ରକାଶ ନିମନ୍ତେ ସଠିକ୍ ଓଡ଼ିଆ ଭାଷାର ବ୍ୟବହାର ଏବଂ ଡିଜିଟାଲ୍‌ ପ୍ଲାଟଫର୍ମ ମାନଙ୍କରେ ଓଡ଼ିଆ ଭାଷାରେ ଯେପରି ସମସ୍ତ ତଥ୍ୟ ଉପଲବ୍ଧ ହୋଇପାରିବ ସେ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ମଧ୍ୟ ଆଲୋଚନା କରାଯାଇଥିଲା ।
ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗଦେଇ ଡିଜିଟାଲ ପ୍ଲାଟଫର୍ମରେ ସଠିକ୍ ଓଡ଼ିଆ ଭାଷାର ବ୍ୟବହାର ସମ୍ପର୍କରେ ଗୁଗୁଲ ଇଣ୍ଡିଆ ଟିମ୍‌ର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ଭାଷାର ବ୍ୟବହାର ହେବା ବିଶ୍ୱର କୋଣଅନୁକୋଣରେ ବାସ କରୁଥିବା ସମସ୍ତ ଓଡ଼ିଆ ଲୋକଙ୍କୁ ଯୋଡି ରଖିବା କାର୍ଯ୍ୟ କରିବା ସହ ଅଭିବ୍ୟକ୍ତିର ପରିପ୍ରକାଶ ପାଇଁ ଏକ ପ୍ରକୃଷ୍ଟ ମାଧ୍ୟମ ପ୍ରଦାନ କରିପାରିବ ବୋଲି ସେ ମତପ୍ରକାଶ କରିଥିଲେ ।

ଏଥିସହ ଓଡ଼ିଆ ଭାଷାରେ ବିଭିନ୍ନ ତଥ୍ୟ ଉପଲବ୍ଧ ହୋଇପାରିଲେ ଏହା ସାଧାରଣ ଜନସାଧାରଣ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ବର୍ଗ ଏବଂ ଗବେଷକମାନଙ୍କ ପାଇଁ ବହୁ ସୁବିଧା ଯୋଗାଇଦେବ ବୋଲି ସେ କହିଥିଲେ । ଏଥିସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଡେଲରେ ଯେପରି ଓଡ଼ିଆ ଭାଷାରେ ସମସ୍ତ ତଥ୍ୟ ଉପଲବ୍ଧ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.