ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଖୁବଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ଭାଷାର ବ୍ୟବହାର ହେବ

0

ନ୍ୟୁଜ୍ ବ୍ୟୁରୋ: ଓଡ଼ିଆ ୟୁଜର୍ସମାନଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ଭାଷାର ବ୍ୟବହାର ହେବ । ବିଭିନ୍ନ ସର୍ଚ୍ଚ ଇଂଜିନ ଏବଂ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାରେ ସଠିକ ଏବଂ ନିର୍ଭୁଲ ତଥ୍ୟ ପାଇପାରିବା ସମ୍ଭବପର ହୋଇପାରୁନାହିଁ, ଯାହା ଫଳରେ ଡିଜିଟାଲ ପ୍ଲାଟଫର୍ମମାନଙ୍କରେ ଓଡ଼ିଆ ୟୁଜର୍ସମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ତଥା ଡିଜିଟାଲ୍ ପ୍ଲାଟଫର୍ମରେ ସଠିକ୍ ଓଡ଼ିଆ ଭାଷାର ବ୍ୟବହାର ହେବା ସହ ଓଡ଼ିଆ ଲୋକମାନେ ନିଜ ମାତୃଭାଷାରେ ଯେପରି ସହଜଭାବେ ସମସ୍ତ ତଥ୍ୟ ପାଇପାରିବେ ଏବଂ ନିଜର ଅଭିବ୍ୟକ୍ତିକୁ ସରଳ ଭାବେ ପରିପ୍ରକାଶ କରିପାରିବେ, ସେ ନେଇ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଗୁଗୁଲ୍ ଇଣ୍ଡିଆ ଟିମ୍ ର ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଛି ।

ବୈଠକରେ ଡିଜିଟାଲ୍ ପ୍ଲାଟଫର୍ମ ମାନଙ୍କରେ ବ୍ୟବହାର ହେଉଥିବା ଓଡ଼ିଆ ଭାଷାକୁ କିପରି ସଠିକ୍ ଏବଂ ନିର୍ଭୁଲ ଭାବେ ଉପସ୍ଥାପିତ କରାଯାଇପାରିବ ସେନେଇ ଆଲୋଚନ କରାଯାଇଥିଲା । ଏଥି ସହ ଇଂରାଜୀ ଭାଷାରେ ଉପଲବ୍ଧ ହେଉଥିବା ତଥ୍ୟର ସଠିକ୍ ଓଡ଼ିଆ ଅନୁବାଦ, ଓଡ଼ିଆ ଲିପିର ଷ୍ଟାଣ୍ଡାର୍ଡ଼ାଇଜେସନ୍ ହେବା, ସାମାଜିକ ଗଣମାଧ୍ୟମରେ ଅଭିବ୍ୟକ୍ତି ପରିପ୍ରକାଶ ନିମନ୍ତେ ସଠିକ୍ ଓଡ଼ିଆ ଭାଷାର ବ୍ୟବହାର ଏବଂ ଡିଜିଟାଲ୍‌ ପ୍ଲାଟଫର୍ମ ମାନଙ୍କରେ ଓଡ଼ିଆ ଭାଷାରେ ଯେପରି ସମସ୍ତ ତଥ୍ୟ ଉପଲବ୍ଧ ହୋଇପାରିବ ସେ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ମଧ୍ୟ ଆଲୋଚନା କରାଯାଇଥିଲା ।
ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗଦେଇ ଡିଜିଟାଲ ପ୍ଲାଟଫର୍ମରେ ସଠିକ୍ ଓଡ଼ିଆ ଭାଷାର ବ୍ୟବହାର ସମ୍ପର୍କରେ ଗୁଗୁଲ ଇଣ୍ଡିଆ ଟିମ୍‌ର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ଭାଷାର ବ୍ୟବହାର ହେବା ବିଶ୍ୱର କୋଣଅନୁକୋଣରେ ବାସ କରୁଥିବା ସମସ୍ତ ଓଡ଼ିଆ ଲୋକଙ୍କୁ ଯୋଡି ରଖିବା କାର୍ଯ୍ୟ କରିବା ସହ ଅଭିବ୍ୟକ୍ତିର ପରିପ୍ରକାଶ ପାଇଁ ଏକ ପ୍ରକୃଷ୍ଟ ମାଧ୍ୟମ ପ୍ରଦାନ କରିପାରିବ ବୋଲି ସେ ମତପ୍ରକାଶ କରିଥିଲେ ।

ଏଥିସହ ଓଡ଼ିଆ ଭାଷାରେ ବିଭିନ୍ନ ତଥ୍ୟ ଉପଲବ୍ଧ ହୋଇପାରିଲେ ଏହା ସାଧାରଣ ଜନସାଧାରଣ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ବର୍ଗ ଏବଂ ଗବେଷକମାନଙ୍କ ପାଇଁ ବହୁ ସୁବିଧା ଯୋଗାଇଦେବ ବୋଲି ସେ କହିଥିଲେ । ଏଥିସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଡେଲରେ ଯେପରି ଓଡ଼ିଆ ଭାଷାରେ ସମସ୍ତ ତଥ୍ୟ ଉପଲବ୍ଧ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.