ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

କବାଡି କୋର୍ଟରେ ଟଳି ପଡ଼ିଲେ ଖେଳାଳି

0

ନୂଆପଡ଼ା: ଖେଳ ସରିବାକୁ ଅଢ଼େଇ ମିନିଟ୍‌ ଥିଲା। ହେଲେ ତା’ ପୂର୍ବରୁ କବାଡି କୋର୍ଟରେ ଟଳି ପଡ଼ିଲେ ଖେଳାଳି। ଏଭଳି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲାରେ। କେଇଟା ମୁହୁତ୍ତର୍ତ୍ତ ପରେ ବିଜୟ ସ୍ୱାଦ ଚାଖି ଥାଆନ୍ତେ ହେଲେ କବାଡି କୋର୍ଟରେ ଖେଳିଗଲା ଶୋକର ଛାୟା ।ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ ଦୁର୍ଗାପୂଜା କମିଟି ପକ୍ଷରୁ ଚାଲିଥିଲା କବାଡି ମ୍ୟାଚ। ଏହି ସମୟରେ ଘଟିଛି ବଡ ଅଘଟଣ । କବାଡି ମ୍ୟାଚ୍ ଖେଳୁଥିବା ସମୟରେ ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି। ମୃତ ଖେଳାଳି ଜଣଙ୍କ ଛତିଶଗଡ ମହାସମୁନ୍ଦ ଜିଲ୍ଲା ଡୁଡୁମଚୁଆ ଗାଁର ଖଗେଶ୍ୱର ରାଠିଆ ବୋଲି ସୂଚନା ମିଳିଛି।

ଆଜି ସକାଳେ ମହାସମୁନ୍ଦ ଜିଲ୍ଲା ସୋନିଷ୍ଟାର ପୋଟାପାରା ଏବଂ ନୂଆପଡା ଜିଲ୍ଲା ହାତୀସରା ଟିମ ମଧ୍ୟରେ ଫାଇନାଲ କବାଡି ପ୍ରତିଯୋଗିତା ଚାଲିଥିଲା। ମହାଶମୁନ୍ଦ ଜିଲ୍ଲା ସୋନିଷ୍ଟାର ପୋଟିପରା ଟିମ ପକ୍ଷରୁ ଖେଳୁଥିଲେ ଖଗେଶ୍ୱର। ଖେଳ ସରିବାକୁ ଆଉ ଅଢ଼େଇ ମିନିଟ୍‌ ବାକିଥିଲା। ଶେଷ ପର୍ଯ୍ୟାୟରେ ଡୁଡୁମଚୁଆ ଟିମ୍‌ର ଧୂରନ୍ଦର ଖେଳାଳୀ ୨୬ ବର୍ଷୀୟ ଖଗେଶ୍ୱର ରାଠିଆ ରେଡ୍‌ କରିବାକୁ ଯାଇଥିଲେ। ହେଲେ ପ୍ରତିପକ୍ଷ ଟିମ୍‌ର ଡିଫେଣ୍ଡରମାନେ ତାଙ୍କୁ ଧରି ପକାଇଥିଲେ। ଯେଉଁଥିପାଇଁ ଖଗେଶ୍ୱର ରାଗି ଯାଇଥିଲେ। ରାଗ ତମ୍‌ତମ ହୋଇ ଖଗେଶ୍ୱର ନିଜ ପାର୍ଶ୍ୱକୁ ଫେରୁଥିବା ବେଳେ ତଳେ ପଡ଼ି ଯାଇଥିଲେ। ଆଉ ଉଠି ପାରି ନ ଥିଲେ। ସାଥୀ ଖେଳାଳୀ ଓ ଆୟୋଜକମାନେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ତରବୋଡ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.