ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

କ୍ଷମା ମାଗିଲେ ବୁଦ୍ଧାଦିତ୍ୟ ମହାନ୍ତି

0

ଭୁବନେଶ୍ବର; କ୍ଷମା ମାଗିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ବନ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଫସିଥିବା ଅଭିନେତା ବୁଦ୍ଧାଦିତ୍ୟ କ୍ଷମା ମାଗିଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନ୍‌ସିପି ନେତା ବାବା ସିଦ୍ଦିକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇଙ୍କ ଫଟୋ ପୋଷ୍ଟ କରି ବୁଦ୍ଧାଦିତ୍ୟ ରାହୁଲ ଗାନ୍ଧୀଙ୍କ ସମ୍ବନ୍ଧରେ ବିବାଦୀୟ ମନ୍ତବ୍ୟ ବୟାନ ଦେଇଥିଲେ।

ତେବେ ଏଥିପାଇଁ ଚାରିଆଡୁ ତୀବ୍ର ପ୍ରତିକ୍ରିୟା ପାଇଥିଲା ତଥା ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ଯେଉଁଥିପାଇଁ ଏବେ ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ରାହୁଲ ଗାନ୍ଧୀଙ୍କ ସୋସିଆଲ ମିଡିଆ ପୋଷ୍ଟ ପାଇଁ କ୍ଷମା ମାଗିଛନ୍ତି। ଏହି ବିବୃତ୍ତିରେ ଅଭିନେତା ସ୍ୱୀକାର କରିଛନ୍ତି ଯେ ଏହି ପୋଷ୍ଟଟି ଏକ ଭୁଲ ଅଟେ ଏବଂ କଂଗ୍ରେସ ଦଳ ତଥା ରାହୁଲ ଗାନ୍ଧୀଙ୍କ ନିକଟରେ କ୍ଷମା ମାଗିଛନ୍ତି। ବୁଦ୍ଧଦିତ୍ୟ ମହାନ୍ତି କହିଛନ୍ତି ଯେ ସେ ଏପରି ଭୁଲ ନକରିବାକୁ ସତର୍କ ରହିବେ। କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ତାଙ୍କ ବିରୋଧରେ ଫେସବୁକରେ ‘ଆପତ୍ତିଜନକ’ ପୋଷ୍ଟକୁ ନିନ୍ଦା କରିବା ପରେ ଏହି ପୋଷ୍ଟକୁ ଡିଲିଟ କରିଥିବା ଜଣାଇଛନ୍ତି।

ଏହି ଘଟଣାରେ ବୁଦ୍ଧାଦିତ୍ୟଙ୍କ ବୟାନକୁ ନେଇ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଶୁକ୍ରବାର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା। ବୁଦ୍ଧାଦିତ୍ୟ ଆତଙ୍କବାଦକୁ ସମର୍ଥନ କରୁଥିବା ଜଣେ ଅପରାଧୀ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଅଭିଯୋଗ କରିଥିଲେ।

Leave A Reply

Your email address will not be published.