ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ୍ ଏସଆଇ

0

ଖଣ୍ଡପଡା: ପୋଲିସ୍ ଏସଆଇ ମାମଲାକୁ ରଫାଦଫା କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ। ମଦବେପାରୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖଣ୍ଡପଡା ଏସଆଇ ଶେଖ୍ ରେହମାନଙ୍କୁ ବାନ୍ଧିଛି ଭିଜିଲାନ୍ସ। ଭିଜିଲାନ୍ସ ପୋଲିସ୍ ବାବୁଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କାତକ ଜବତ କରିଛି।

ତେବେ ମିଳିଥିବା ସୂଚନା ଅନୁଯାୟୀ, ମଦ ବେପାରୀଙ୍କ ନାଁରେ ଥିବା ଏକ ମାମଲାକୁ ରଫାଦଫା କରାଇ ଦବା ପାଇଁ ସେମାନଙ୍କୁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଏସଆଇ ରେହମାନ। ତେବେ ପୂର୍ବରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ ମଧ୍ୟ ମଦ ବେପାରୀ ମାନଙ୍କୁ ଆହୁରି ଦେବା ପାଇଁ ବ୍ଲାକମେଲ୍ କରୁଥିଲେ। ଯାହାପରେ ମଦ ବେପାରୀ ଜଣଙ୍କ ଘଟଣା ସଂପର୍କରେ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ। ଭିଜିଲାନ୍ସ ଅଧିକାରୀ ଯୋଜନା ମୁତାବକ ଛକି ରହିଥିବା ବେଳେ ରେହମାନ ତାଙ୍କ ଭଡ଼ା ଘର ଖଳିସାହିରେ ଲାଞ୍ଚ ଟଙ୍କା ମଦ ବେପାରୀଙ୍କ ଠାରୁ ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ। ଏନେଇ ଭିଜିଲାନ୍ସ ତାଙ୍କ ନାଁରେ ମାମଲା ରୁଜ୍ଜୁ କରିବା ସହ ଅଧିକ ତଦନ୍ତ ଚଳାଇଛି।

Leave A Reply

Your email address will not be published.