ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

କ୍ଷମା ମାଗିଲେ ବୁଦ୍ଧାଦିତ୍ୟ ମହାନ୍ତି

0

ଭୁବନେଶ୍ବର; କ୍ଷମା ମାଗିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ବନ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଫସିଥିବା ଅଭିନେତା ବୁଦ୍ଧାଦିତ୍ୟ କ୍ଷମା ମାଗିଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନ୍‌ସିପି ନେତା ବାବା ସିଦ୍ଦିକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇଙ୍କ ଫଟୋ ପୋଷ୍ଟ କରି ବୁଦ୍ଧାଦିତ୍ୟ ରାହୁଲ ଗାନ୍ଧୀଙ୍କ ସମ୍ବନ୍ଧରେ ବିବାଦୀୟ ମନ୍ତବ୍ୟ ବୟାନ ଦେଇଥିଲେ।

ତେବେ ଏଥିପାଇଁ ଚାରିଆଡୁ ତୀବ୍ର ପ୍ରତିକ୍ରିୟା ପାଇଥିଲା ତଥା ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ଯେଉଁଥିପାଇଁ ଏବେ ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ରାହୁଲ ଗାନ୍ଧୀଙ୍କ ସୋସିଆଲ ମିଡିଆ ପୋଷ୍ଟ ପାଇଁ କ୍ଷମା ମାଗିଛନ୍ତି। ଏହି ବିବୃତ୍ତିରେ ଅଭିନେତା ସ୍ୱୀକାର କରିଛନ୍ତି ଯେ ଏହି ପୋଷ୍ଟଟି ଏକ ଭୁଲ ଅଟେ ଏବଂ କଂଗ୍ରେସ ଦଳ ତଥା ରାହୁଲ ଗାନ୍ଧୀଙ୍କ ନିକଟରେ କ୍ଷମା ମାଗିଛନ୍ତି। ବୁଦ୍ଧଦିତ୍ୟ ମହାନ୍ତି କହିଛନ୍ତି ଯେ ସେ ଏପରି ଭୁଲ ନକରିବାକୁ ସତର୍କ ରହିବେ। କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ତାଙ୍କ ବିରୋଧରେ ଫେସବୁକରେ ‘ଆପତ୍ତିଜନକ’ ପୋଷ୍ଟକୁ ନିନ୍ଦା କରିବା ପରେ ଏହି ପୋଷ୍ଟକୁ ଡିଲିଟ କରିଥିବା ଜଣାଇଛନ୍ତି।

ଏହି ଘଟଣାରେ ବୁଦ୍ଧାଦିତ୍ୟଙ୍କ ବୟାନକୁ ନେଇ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଶୁକ୍ରବାର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା। ବୁଦ୍ଧାଦିତ୍ୟ ଆତଙ୍କବାଦକୁ ସମର୍ଥନ କରୁଥିବା ଜଣେ ଅପରାଧୀ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଅଭିଯୋଗ କରିଥିଲେ।

Leave A Reply

Your email address will not be published.