ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

0

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସରକାର ଯନ୍ତ୍ରୀ। ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଚଢ଼ାଉ। କୈଳାଶ ସାହୁଙ୍କ ପୈତୃକ ଘର ସମେତ ୧୦ଟି ସ୍ଥାନରେ ଚାଲିଛି ରେଡ୍।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସକାଳୁ ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। ଭୁବନେଶ୍ବର, ପୁରୀ, କଟକ, ଯାଜପୁର, କେନ୍ଦୁଝରରେ ଚାଲିଛି ଏକକାଳୀନ ରେଡ୍। କୈଳାସ ଚନ୍ଦ୍ର ସାହୁ କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଦାୟିତ୍ଵରେ ଅନେକ ଦିନ ଧରି ରହି ଆସୁଥିବା ବେଳେ ତାଙ୍କ ନାଁରେ ବିଭିନ୍ନ ସମୟରେ ଦୁର୍ନତୀ ନେଇ ଅଭିଯୋଗ ହେଉଥିଲା।

Leave A Reply

Your email address will not be published.