ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଗ୍ୟାସ୍‌ ସିଲିଣ୍ଡର ଫାଟି ପରିବାରର ୬ ମୃତ, ୯ ଗୁରୁତର

0

ଉତ୍ତର ପ୍ରଦେଶ: ଗ୍ୟାସ୍‌ ସିଲିଣ୍ଡର ଫାଟି ପରିବାରର ୬ ମୃତ, ୯ ଗୁରୁତର। ଉତ୍ତର ପ୍ରଦେଶ ସିକନ୍ଦରାବାଦ ଥାନା ଆଶାପୁରୀ ସାହିରେ ଘଟିଛି ଏହି ଅଘଟଣ । ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ପରିବାରର ୩ ମହିଳା ଓ ୩ ପୁରୁଷ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ସିକନ୍ଦରାବାଦ ଆଶାପୁରୀ ଆଶାପୁରୀ କଲୋନୀରେ ରାତି ୮ଟା ୩୦ରୁ ୯ଟା ମଧ୍ୟରେ ଏକ ସିଲିଣ୍ଡର ବିସ୍ଫୋରଣ ଘଟିଛି। ସେତେବେଳେ ଘରେ ୧୮-୧୯ଜଣ ଲୋକ ଥିଲେ, ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ସେମାନଙ୍କ ଅବସ୍ଥା ଗୁରୁତର ଥିଲା। ମୁଖ୍ୟ ଚିକିତ୍ସା ଅଧିକାରୀ ୬ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି, ୯ ଜଣ ଆହତ ଏବେବି ଚିକିତ୍ସିତ ହେଉଛନ୍ତି, ସେଥିମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି କିନ୍ତୁ ତାଙ୍କ ଚିକିତ୍ସା ଚାଲିଛି।

ଖବର ପାଇ ଘଟଣାସ୍ଥଳରେ ପୋଲିସ, ଅଞ୍ଚଳର ଏସଡିଏମ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତ ମୃତକଙ୍କୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବାହିନୀ ଟିମ୍‌, ପୋଲିସ ଟିମ୍‌ , ମ୍ୟୁନିସିପାଲିଟି କର୍ପୋରେସନ ଟିମ, ମେଡିକାଲ ଟିମ, ଏନଡିଆରଏଫ ଟିମ ଘଟଣାସ୍ଥଳରେ ଅଛନ୍ତି।

ସେପଟେ ଘଟଣାକୁ ଅନୁଧ୍ୟାନ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୃତକମାନଙ୍କୁ କ୍ଷତିପୂରଣ ଦେବା ସହିତ ଆହତମାନଙ୍କୁ ଉତ୍ତମ ଚିକିତ୍ସା କରବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିସ୍ଫୋରଣର ଜଣାପଡି ନାହିଁ। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁଇ ମହଲା ବିଶିଷ୍ଟ କୋଠାଟି ସମ୍ପୁର୍ଣ୍ଣ ଭାବରେ ମାଟିରେ ମିଶିଯାଇଥିଲା।

Leave A Reply

Your email address will not be published.