ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପୋଲିସ ଏନକାଉଣ୍ଟରରେ ୫ ନକ୍ସଲ ନିହତ

0

ମହାରାଷ୍ଟ୍ର: ମହାରାଷ୍ଟ୍ରର ଗଡ଼ଚିରୋଲି ପୋଲିସକୁ ମିଳିଛି ବଡ ସଫଳତା। ମହାରାଷ୍ଟ୍ରର ଗଡ଼ଚିରୋଲି ଭାମରାଗଡ ତହସିଲ ଅନ୍ତର୍ଗତ କୋପରଶୀରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୫ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଗଡ଼ଚିରୋଲିର ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ସି୬୦ କମାଣ୍ଡୋ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।
ସୂଚନା ମୁତାବକ, ଭାମରାଗଡର କୋପରି ଜଙ୍ଗଲରେ ପୁଲିସ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଏହି ଅଞ୍ଚଳରେ କିଛି ନକ୍ସଲ ଲୁଚି ରହିଥିବା ନେଇ ପୁଲିସକୁ ଗୁଇନ୍ଦା ସୂଚନା ମିଳିବାପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ସି୬୦ କମାଣ୍ଡୋର ୬୦ଟି ଫୋର୍ସ ଏଥିରେ ସାମିଲ ଅଛନ୍ତି।

Leave A Reply

Your email address will not be published.