ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ବାରିପଦାରୁ ୨୦ କେଜି ସୁନା ଜବତ

0

ବାରିପଦା: ବାରିପଦାରୁ ପୁଳା ପୁଳା ସୁନା ଜବତ। ମୟୂରଭଞ୍ଜ ଜିଲ୍ଲା ବାରିପଦାର ଏମକେସି ହାଇସ୍କୁଲ ଛକ ନିକଟରେ ବିପୁଳ ପରିମାଣର ସୁନା ଜବତ କରିଛି ଜିଏସଟି ଟିମ୍‌‌। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଖବର ମୁତାବକ, କାଲି ମଧ୍ୟ ରାତ୍ରରେ ଏକ ଲଜିଷ୍ଟିକ୍ ଗାଡ଼ି କୋଲକତାରୁ ଜଳେଶ୍ୱର ଦେଇ ବାରିପଦା ସହରରେ ପହଞ୍ଚିଥିଲା। ଉକ୍ତ ଗାଡିରେ ବିପୁଳ ପରିମାଣର ସୁନା ଥିବା ନେଇ ଜିଏସ୍‌ଟି ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଏମକେସି ହାଇସ୍କୁଲ ଛକ ନିକଟରେ ଜଗି ରହିଥିଲେ।

ଏହାପରେ ଗାଡିଟି ଘଟଣାସ୍ଥଳରେ ପହଞ୍ଚିବା ପରେ ଅଟକ ରଖି ଯାଞ୍ଚ କରିବା ସମୟରେ ଉକ୍ତ ଗାଡିରୁ ପ୍ରାୟ ୨୦ରୁ ଉର୍ଦ୍ଧ୍ବ କେଜି ସୁନା ଥିବା ଦେଖିବାକୁ ପାଇଥିଲେ। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି ଜିଏସଟି ଟିମ୍‌‌। ଆଜି ଡକ୍ୟୁମେଣ୍ଟ ଭେରିଫିକେସନ କରାଯିବା ନେଇ ସୂଚନା ଦେଇଛନ୍ତି ଜିଏସଟି ବିଭାଗ ଡେପୁଟି କମିଶନ କୁଳମଣି ମଲ୍ଲିକ।

ମୁମ୍ବାଇରୁ କୋଲକାତା ଓ ପରେ ବାରିପଦାର ସୁନା ବ୍ୟବସାୟୀଙ୍କ ନିକଟକୁ ଏହି ସୁନା ଆସୁଥିବା କୁହାଯାଇଛି। ଆଜି ଲଜିଷ୍ଟିକ ଟ୍ରକରୁ ସୁନା ବାହାର କରାଯାଇ ତଦନ୍ତ କରାଯିବ। ପରେ ସିଟି ଆଣ୍ଡ ଜିଏସଟି ବିଭାଗ ପକ୍ଷରୁ ସୂଚନା ଦିଆଯିବ ବୋଲି ଡେପୁଟି କମିଶନ କୁଳମଣି ମଲ୍ଲିକ ସୂଚନା ଦେଇଛନ୍ତି। ତେବେ ଆଗକୁ ଧନତେରସ ଥିବାରୁ ବିପୁଳ ପରିମାଣରେ ସୁନା ଆସୁଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.