ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ବାରିପଦାରୁ ୨୦ କେଜି ସୁନା ଜବତ

0

ବାରିପଦା: ବାରିପଦାରୁ ପୁଳା ପୁଳା ସୁନା ଜବତ। ମୟୂରଭଞ୍ଜ ଜିଲ୍ଲା ବାରିପଦାର ଏମକେସି ହାଇସ୍କୁଲ ଛକ ନିକଟରେ ବିପୁଳ ପରିମାଣର ସୁନା ଜବତ କରିଛି ଜିଏସଟି ଟିମ୍‌‌। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଖବର ମୁତାବକ, କାଲି ମଧ୍ୟ ରାତ୍ରରେ ଏକ ଲଜିଷ୍ଟିକ୍ ଗାଡ଼ି କୋଲକତାରୁ ଜଳେଶ୍ୱର ଦେଇ ବାରିପଦା ସହରରେ ପହଞ୍ଚିଥିଲା। ଉକ୍ତ ଗାଡିରେ ବିପୁଳ ପରିମାଣର ସୁନା ଥିବା ନେଇ ଜିଏସ୍‌ଟି ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଏମକେସି ହାଇସ୍କୁଲ ଛକ ନିକଟରେ ଜଗି ରହିଥିଲେ।

ଏହାପରେ ଗାଡିଟି ଘଟଣାସ୍ଥଳରେ ପହଞ୍ଚିବା ପରେ ଅଟକ ରଖି ଯାଞ୍ଚ କରିବା ସମୟରେ ଉକ୍ତ ଗାଡିରୁ ପ୍ରାୟ ୨୦ରୁ ଉର୍ଦ୍ଧ୍ବ କେଜି ସୁନା ଥିବା ଦେଖିବାକୁ ପାଇଥିଲେ। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି ଜିଏସଟି ଟିମ୍‌‌। ଆଜି ଡକ୍ୟୁମେଣ୍ଟ ଭେରିଫିକେସନ କରାଯିବା ନେଇ ସୂଚନା ଦେଇଛନ୍ତି ଜିଏସଟି ବିଭାଗ ଡେପୁଟି କମିଶନ କୁଳମଣି ମଲ୍ଲିକ।

ମୁମ୍ବାଇରୁ କୋଲକାତା ଓ ପରେ ବାରିପଦାର ସୁନା ବ୍ୟବସାୟୀଙ୍କ ନିକଟକୁ ଏହି ସୁନା ଆସୁଥିବା କୁହାଯାଇଛି। ଆଜି ଲଜିଷ୍ଟିକ ଟ୍ରକରୁ ସୁନା ବାହାର କରାଯାଇ ତଦନ୍ତ କରାଯିବ। ପରେ ସିଟି ଆଣ୍ଡ ଜିଏସଟି ବିଭାଗ ପକ୍ଷରୁ ସୂଚନା ଦିଆଯିବ ବୋଲି ଡେପୁଟି କମିଶନ କୁଳମଣି ମଲ୍ଲିକ ସୂଚନା ଦେଇଛନ୍ତି। ତେବେ ଆଗକୁ ଧନତେରସ ଥିବାରୁ ବିପୁଳ ପରିମାଣରେ ସୁନା ଆସୁଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.