ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଘରେ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ୪ ଯୁବକ

0

ଗୁରୁଗ୍ରାମ: ସର୍ଟ ସର୍କିଟରୁ ଘରେ ଲାଗିଲା ନିଆଁ। ଜୀବନ୍ତ ଜଳିଗଲେ ୪ ଯୁବକ। ହରିୟାଣାର ଗୁରୁଗ୍ରାମର ସରସ୍ୱତୀ ଏନକ୍ଲେଭରେ ଏକ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଗତ ବିଳମ୍ଵିତ ରାତିରେ ଏକ କୋଠରୀରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ନିଆଁ ଲାଗିଯାଇଥିଲା। ମୃତକଙ୍କ ପରିବାର ଅନ୍ୟ ଏକ କୋଠରୀରେ ଶୋଇଥିଲେ। ଅଗ୍ନିକାଣ୍ଡରେ ଶୋଇଥିବା ଅବସ୍ଥାରେ ୪ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ଯଥାକ୍ରମେ ୧୭ ବର୍ଷ, ୨୨ ବର୍ଷ, ୨୪ ବର୍ଷ, ଓ ୨୮ ବର୍ଷ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ସମସ୍ତ ୪ ମୃତକ ବିହାରର ବାସିନ୍ଦା ଥିଲେ ଓ ସେମାନେ ଗୁରୁଗ୍ରାମର ସରସ୍ୱତୀ ଏନକ୍ଲେଭରେ ରହୁଥିଲେ। ସେମାନେ ଜେ ବ୍ଲକ୍ ହାୱା ମହଲ ନିକଟ ଏକ ଭଡା ଘରେ ରହୁଥିଲେ। ବିଳମ୍ବିତ ରାତିରେ ସରସ୍ୱତୀ ଏନ୍‌କ୍ଲେଭର ଜେ ବ୍ଲକରେ ନିଆଁ ଲାଗିବା ପରେ ଆଖିପିଛୁଳାକେ ଏହା ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା। ଶର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଫଳରେ ରୁମ୍‌ରେ ଶୋଇଥିବା ୪ ଜଣ ଯୁବକ ଜୀବନ୍ତ ଜଳି ଯାଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଆଁକୁ ଆୟତ୍ତ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେନ ପାଇଁ ପଠାଇଛି।

Leave A Reply

Your email address will not be published.