ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

୬ ମାସ ଭିତରେ ମିଳିବ ୨୦ ଲକ୍ଷ ଲୋକଙ୍କୁ ଘର

0

ଭୁବନେଶ୍ବର; ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ବଡ ଘୋଷଣା। ୬ ମାସ ଭିତରେ ୨୦ ଲକ୍ଷ ଲୋକଙ୍କୁ ଘର ଦିଆଯିବ। ବାଲେଶ୍ୱର ସୋରରେ ବାତ୍ୟା ପରର ସ୍ଥିତି ସମୀକ୍ଷା କରିବା ପରେ ଏଭଳି ମନ୍ତବ୍ୟ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ତେବେ ବାତ୍ୟାରେ ଯେଉଁମାନଙ୍କ ଘର ଭାଙ୍ଗିଯାଇଛି ସେମାନଙ୍କୁ ସରକାରଙ୍କ ପକ୍ଷରୁ ପକ୍କାଘର ପାଇଁ ସହାୟତା ପ୍ରଦାନ କରାଯିବ ବୋଲି ପୂର୍ବରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଥିଲେ।

ବାତ୍ୟାରେ କେତେ କ’ଣ ଘର ଭାଙ୍ଗିଛି ସେନେଇ ସମୀକ୍ଷା ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ଘର ଦିଆଯିବ। ଯାହାକୁ ନେଇ ବାଲେଶ୍ବର ଜିଲ୍ଲାର ସୋର, ବାହାନଗା, ସିମୁଳିଆ, ଔପଦା, ନୀଳଗିରି ର ବିଭିନ୍ନ ବ୍ଲକ ର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। ତେବେ ବାତ୍ୟା ଦାନା ଭିତରକନିକାରେ ମାଡ ହୋଇଥିଲେ ମଧ୍ୟ ଏହାର ସବୁଠୁ ବେଶୀ ପ୍ରଭାବ ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି। ବାତ୍ୟା ଆଣିଦେଇଛି ଦୁର୍ବିସହ। ଗୋଟେ ପଟେ ପବନ ଝାଟିମାଟି ଘରକୁ ମାଟିରେ ମିଶାଇଥିବା ବେଳେ ଲଗାଣ ବର୍ଷା ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଛି। ସ୍ଥିତି ସମୀକ୍ଷା କରିବା ପରେ ମନ୍ତ୍ରୀ କହିଛନ୍ତି, ଲୋକମାନଙ୍କୁ କିଛି ଚିନ୍ତା କରିବାର ନାହିଁ। ଘର ଭାଙ୍ଗିଥିବା ଲୋକଙ୍କୁ ନୂଆ ଘର ଦିଆଯିବ। ପାଖାପାଖି ୨୦ ଲକ୍ଷ ଲୋକଙ୍କୁ ଆସନ୍ତା ୬ମାସ ଭିତରେ ଘର ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.