ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ୱଂସ କଲେ ଯବାନ

0

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ପୁଣି ଯବାନଙ୍କୁ ମିଳିଲା ସଫଳତା। ଜମ୍ମୁକାଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ବଂସ କଲେ ଯବାନ। ଘଟଣାସ୍ଥଳରୁ ପାକିସ୍ତାନୀ ବନ୍ଧୁକ ସହ ହାଣ୍ଡ ଗ୍ରେନେଡ୍‌ ମଧ୍ୟ ଜବତ କରାଯାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏବେ ସର୍ଚ୍ଚ ଅପରେଶନ ଜାରି ରହିଛି।
ପୋଲିସର ସୂଚନାନୁସାରେ, ଶନିବାର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସଓଜି) ପୋଲିସର ମିଳିତ ଅପରେସନରେ ଭାରତୀୟ ସେନାର ରୋମିଓ ଫୋର୍ସ ପୁଞ୍ଚର ବାଲନୋଇ ସେକ୍ଟରରେ ଆତଙ୍କବାଦୀମାନେ ଲୁଚି ରହୁଥିବା ଏକ କ୍ୟାମ୍ପ ଠାବ କରିଥିଲେ। କିନ୍ତୁ ସେଠାରେ କୌଣସି ଆତଙ୍କବାଦୀ ନଥିଲେ। ଏହି ଅପରେସନ୍ କ୍ୟାମ୍ପ ସ୍ଥାନରୁ ଦୁଇଟି ଗ୍ରେନେଡ୍ ଏବଂ ତିନୋଟି ପାକିସ୍ତାନୀ ବନ୍ଧୁକ ଠାବ ହୋଇଛି। ବର୍ତ୍ତମାନ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

Leave A Reply

Your email address will not be published.