ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ରାଜଧାନୀର ସବୁ ଆପାର୍ଟମେଣ୍ଟରେ ଲାଗିବ ଆଇପି କ୍ୟାମେରା

0

ଭୁବନେଶ୍ବର: ଟୁଇନସିଟିର ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରରେ ଏଣିକି ଲାଗିବ କ୍ୟାମେରା। ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ ପୋଲିସ ବଡ଼ ପଦକ୍ଷେପ ନେଇଛି। ରାଜଧାନୀର ସବୁ ଆପାର୍ଟମେଣ୍ଟରେ ଆଇପି ବ୍ୟବସ୍ଥା ଥିବା କ୍ୟାମେରା ଲଗାଇବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ଆପାର୍ଟମେଣ୍ଟ ବାସିନ୍ଦା କଲ୍ୟାଣ ସଂଘ ପ୍ରବେଶ ଓ ପ୍ରସ୍ଥାନ ପଥରେ ଆଇପି କ୍ୟାମେରା ଲଗାଇବେ।

ଆଇପି କ୍ୟାମେରା ତଥ୍ୟ କମିଶନରେଟ୍‌ ପୋଲିସ ପାଖରେ ରହିବ। ଜଣେ ଏସିପିଙ୍କୁ କ୍ୟାମେରା ତଥ୍ୟ ଜଣାଇବାକୁ ନିର୍ଦ୍ଧାରିତ କରିଛି ପୋଲିସ। ଏନେଇ ଆଡଭାଇଜରି ‌ଓ ହେଲ୍ପଲାଇନ୍ ନମ୍ୱର- ୭୦୭୭୭୯୮୧୧୧ ମଧ୍ୟ ଜାରି କରାଯାଇଛି। ୨୦୨୪ରେ ଟୁଇନ୍‌ ସିଟିରେ ଆପାର୍ଟମେଣ୍ଟରୁ ୬୫ଟି ଚୋରି ଅଭିଯୋଗ ହୋଇଛି। ଚୋରି ଘଟଣାରେ ୨୯ ଲୁଟେରାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ଏପରି କରିବା ଦ୍ୱାରା ଚୋରି ହ୍ରାସ ହେବା ସହ ଲୋକଙ୍କ ସୁରକ୍ଷା ବି ବୃଦ୍ଧି ପାଇବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.