ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ରାଜଧାନୀର ସବୁ ଆପାର୍ଟମେଣ୍ଟରେ ଲାଗିବ ଆଇପି କ୍ୟାମେରା

0

ଭୁବନେଶ୍ବର: ଟୁଇନସିଟିର ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରରେ ଏଣିକି ଲାଗିବ କ୍ୟାମେରା। ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ ପୋଲିସ ବଡ଼ ପଦକ୍ଷେପ ନେଇଛି। ରାଜଧାନୀର ସବୁ ଆପାର୍ଟମେଣ୍ଟରେ ଆଇପି ବ୍ୟବସ୍ଥା ଥିବା କ୍ୟାମେରା ଲଗାଇବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ଆପାର୍ଟମେଣ୍ଟ ବାସିନ୍ଦା କଲ୍ୟାଣ ସଂଘ ପ୍ରବେଶ ଓ ପ୍ରସ୍ଥାନ ପଥରେ ଆଇପି କ୍ୟାମେରା ଲଗାଇବେ।

ଆଇପି କ୍ୟାମେରା ତଥ୍ୟ କମିଶନରେଟ୍‌ ପୋଲିସ ପାଖରେ ରହିବ। ଜଣେ ଏସିପିଙ୍କୁ କ୍ୟାମେରା ତଥ୍ୟ ଜଣାଇବାକୁ ନିର୍ଦ୍ଧାରିତ କରିଛି ପୋଲିସ। ଏନେଇ ଆଡଭାଇଜରି ‌ଓ ହେଲ୍ପଲାଇନ୍ ନମ୍ୱର- ୭୦୭୭୭୯୮୧୧୧ ମଧ୍ୟ ଜାରି କରାଯାଇଛି। ୨୦୨୪ରେ ଟୁଇନ୍‌ ସିଟିରେ ଆପାର୍ଟମେଣ୍ଟରୁ ୬୫ଟି ଚୋରି ଅଭିଯୋଗ ହୋଇଛି। ଚୋରି ଘଟଣାରେ ୨୯ ଲୁଟେରାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ଏପରି କରିବା ଦ୍ୱାରା ଚୋରି ହ୍ରାସ ହେବା ସହ ଲୋକଙ୍କ ସୁରକ୍ଷା ବି ବୃଦ୍ଧି ପାଇବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.