ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ମୁମ୍ବାଇ ରେଳ ଷ୍ଟେସନରେ ଦଳଚକଟା, ୯ ଗୁରୁତର

0

ମୁମ୍ବାଇ: ମୁମ୍ବାଇ ବାନ୍ଦ୍ରା ରେଳ ଷ୍ଟେସନରେ ଘଟିଛି ଅଘଟଣ। ଉତ୍ତରପ୍ରଦେଶ ଗୋରଖପୁର ଅଭିମୁଖେ ଯାଉଥିବା ବାନ୍ଦ୍ରା ଗୋରଖପୁର ଏକ୍ସପ୍ରେସରେ ଚଢ଼ିବା ବେଳେ ଏଭଳି ଅଭାବନୀୟ ସ୍ଥିତି ଉପୁଜିଥିଲା। ଆଜି ଭୋର୍ ପ୍ରାୟ ୬ ଟାବେଳେ ଏହି ଅଘଟଣ ଘଟିଛି। ଦଳାଚକଟାରେ ୯ ଯାତ୍ରୀ ଆହତ, ୨ ଜଣ ଗୁରୁତର।

ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍‌ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି। କିଛି ଲୋକ ମାସେ ପୂର୍ବରୁ ଟିକେଟ୍‌ ବୁକିଂ କରିଥିଲେ, ଆଉ କେତେକ ବିନା ଟିକେଟ୍‌ରେ ମଧ୍ୟ ଘରକୁ ଯିବା ପାଇଁ ଟ୍ରେନ୍‌ରେ ଚଢ଼ିବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ରବିବାର ମହାରାଷ୍ଟ୍ରର ମୁମ୍ବାଇ ବାନ୍ଦ୍ରା ରେଳ ଷ୍ଟେସନରେ ଦଳଚକଟା ହୋଇଛି।

ଏହି ଦଳାଚକଟାରେ ୯ ଜଣ ଆହତ ହୋଇଥିବାବେଳେ ସେଥି ମଧ୍ୟରୁ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ୧ନଂ ପ୍ଲାଟ୍‌ଫର୍ମରେ ଲୋକେ ଟ୍ରେନ୍‌କୁ ଅପେକ୍ଷା କରିଥିବା ବେଳେ ପ୍ରବଳ ଭିଡ଼ ଯୋଗୁ ଏହି ଦଳାଚକଟା ହୋଇଥିଲା।
ସୂଚନାରୁ ପ୍ରକାଶ ଯେ, ଟ୍ରେନ୍‌ ନଂ ୨୨୯୨୧ ବାନ୍ଦ୍ରା-ଗୋରଖପୁର ଏକ୍ସପ୍ରେସରେ ଚଢ଼ିବା ସମୟରେ ଏହି ଘଟଣା ଘଟିଛି।

ଆହତମାନଙ୍କ ମଧ୍ୟରେ ସବୀର ଅବଦୁଲ୍‌ ରେହମାନ (୪୦), ପରମେଶ୍ୱର ସୁଖଦାର ଗୁପ୍ତା (୨୮), ରବୀନ୍ଦ୍ର ହରିହର ଚୁମା (୩୦), ରାମସେବକ ରବୀନ୍ଦ୍ର ପ୍ରସାଦ ପ୍ରଜାପତି (୨୯), ସଞ୍ଜୟ ତିଲକରାମ କଙ୍ଗାଇ (୨୭), ଦିବ୍ୟାଂଶୁ ଯୋଗେନ୍ଦ୍ର ଯାଦବ (୧୮), ମହମ୍ମଦ ଶରିଫ ଶେଖ(୨୫), ଇନ୍ଦ୍ରଜିତ୍‌ ସାହାଣୀ(୧୯), ନୂର୍‌ ମହମ୍ମଦ ଶେଖ୍‌(୧୮) ରହିଥିବା ପଶ୍ଚିମ ରେଲଓ୍ବେ ସିପିଆର୍‌ଓ ବିନୀତ ଅଭିଷେକ କହିଛନ୍ତି।

Leave A Reply

Your email address will not be published.