ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ପୁଣି ଯବାନଙ୍କୁ ମିଳିଲା ସଫଳତା। ଜମ୍ମୁକାଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ବଂସ କଲେ ଯବାନ। ଘଟଣାସ୍ଥଳରୁ ପାକିସ୍ତାନୀ ବନ୍ଧୁକ ସହ ହାଣ୍ଡ ଗ୍ରେନେଡ୍ ମଧ୍ୟ ଜବତ କରାଯାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏବେ ସର୍ଚ୍ଚ ଅପରେଶନ ଜାରି ରହିଛି।
ପୋଲିସର ସୂଚନାନୁସାରେ, ଶନିବାର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସଓଜି) ପୋଲିସର ମିଳିତ ଅପରେସନରେ ଭାରତୀୟ ସେନାର ରୋମିଓ ଫୋର୍ସ ପୁଞ୍ଚର ବାଲନୋଇ ସେକ୍ଟରରେ ଆତଙ୍କବାଦୀମାନେ ଲୁଚି ରହୁଥିବା ଏକ କ୍ୟାମ୍ପ ଠାବ କରିଥିଲେ। କିନ୍ତୁ ସେଠାରେ କୌଣସି ଆତଙ୍କବାଦୀ ନଥିଲେ। ଏହି ଅପରେସନ୍ କ୍ୟାମ୍ପ ସ୍ଥାନରୁ ଦୁଇଟି ଗ୍ରେନେଡ୍ ଏବଂ ତିନୋଟି ପାକିସ୍ତାନୀ ବନ୍ଧୁକ ଠାବ ହୋଇଛି। ବର୍ତ୍ତମାନ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
ପ୍ରମୁଖ ଖବର
ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ