ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ପୋଲିସ ପିନ୍ଧିବେ ବଡି କ୍ୟାମେରା

0

ଭୁବନେଶ୍ବର: ଅମାନିଆଙ୍କୁ ସାବାଡ୍‌ କରିବାକୁ ନୂଆ ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୁଲିସ। ଥାନା ରିସେପସନ୍‌ ଦାୟିତ୍ୱରେ ଥିବା ଅଧିକାରୀ ପିନ୍ଧିବେ ବଡି କ୍ୟାମେରା। କୌଣସି ରିପୋର୍ଟ ଲେଖିଲା ବେଳେ କିମ୍ବା ରେଜିଷ୍ଟ୍ରେସନ ମେଣ୍ଟେନ୍ କଲା ବେଳେ ରିସେପସନରେ ବସୁଥିବା ପୋଲିସ୍ ଅଧିକାରୀମାନେ କିମ୍ବା ଅଭିଯୋଗକାରୀମାନେ କେହି କାହାକୁ ଦୁର୍ବ୍ୟବହାର କରନ୍ତି ତେବେ ତାହା ରେକର୍ଡ ହୋଇ ରହିବ।

ତେବେ ଭରତପୁର ଥାନା ଘଟଣା ଘଟିବା ପରେ ଏଭଳି ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି କମିଶନରେଟ ପୋଲିସ୍। ତାହା ପୂର୍ବରୁ ମଧ୍ୟ ଥାନାରେ ବିଭିନ୍ନ ଘଟଣା ଘଟିଥିବା ବେଳେ ସେଠାରେ କିଏ ସତ କହୁଛି? ଦୋଷୀ କିଏ? ପୋଲିସର ଭୁଲ୍ ନା ଏତଲାକାରୀଙ୍କର? ଏନେଇ ଅନେକ ଥର ପ୍ରଶ୍ନ ସୃଷ୍ଟି ହୋଇଛି। ଯାହାକୁ ଦୃଷ୍ଟିରେ ରଖି ଥାନାରେ ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ, ଭିଡିଓ ଏହି ବଡି କ୍ୟାମେରା ଦ୍ବାରା ରେକର୍ଡ ହେବ।

ଏଥିରେ କେବଳ ଏତଲାକାରୀଙ୍କ ବୟାନ କି କାର୍ଯ୍ୟକଳାପ ରେକର୍ଡ ହେବ ତାହା ନୁହେଁ, ପୋଲିସର ମଧ୍ୟ ବ୍ୟବହାର ରେକର୍ଡ ହେବ। କ୍ୟାମେରାରେ ରେକର୍ଡ ହେଉଥିବା ସବୁ ଦୃଶ୍ୟ ସିଧାସଳଖ ସିପି ଓ ଡିସିପି ଦେଖିପାରିବେ। କୌଣସି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲେ, ବଡି କ୍ୟାମେରାରେ ଥିବା ପାନିକ ବଟନକୁ ଦବାଇଲେ ଏହା ରେକର୍ଡ ଆରମ୍ଭ ହେବା ସହିତ ସେହି ସମୟର ଦୃଶ୍ୟ ସିଧା କମିଶନରେଟ ପୋଲିସ୍ ପାଖରେ ପହଞ୍ଚିଯିବ।

Leave A Reply

Your email address will not be published.