ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବିଷ ବଳୟରେ ରାଜଧାନୀ

0

ନୂଆଦିଲ୍ଲୀ: ପ୍ରଦୂଷଣ ଉପରେ ଲାଗୁନି ବ୍ରେକ୍‌। ବିଷ ବଳୟରେ ଦିଲ୍ଲୀ। ଦିନକୁ ଦିନ ଏହା ବଢ଼ି ଚାଲିଛି। ଏବେଠାରୁ ଜହର ପାଲଟିଲାଣି ଦିଲ୍ଲୀ ବାୟୁ। ଫଳରେ ଅଣନିଶ୍ଵାସୀ ହେଲେଣି ରାଜଧାନୀବାସୀ। ଜଳବାୟୁ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ଲୋକମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବୟସ୍କ ବ୍ୟକ୍ତି, ଛୋଟ ପିଲା ଏବଂ ରୋଗୀମାନେ ଏଥିଯୋଗୁଁ ଅଧିକ ସମସ୍ୟା ଭୋଗୁଛନ୍ତି। ସେମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି।

ଯୁଆଡ଼େ ଦେଖିବ ସିଆଡ଼େ କେବଳ ଧୂଆଁ ଆଉ ଧୂଆଁ। ଏବେଠାରୁ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି। ଦିଲ୍ଲୀ ଆନନ୍ଦ ବିହାରରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀକୁ ଚାଲିଯାଇଛି। ଏଠାକର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ପାର୍‌ କରିଛି।

ସେହିପରି ମୁଣ୍ଡକାରେ ମଧ୍ୟ AIQ ୩୧୪ ରହିଛି। ପଞ୍ଜାବୀ ବାଗ୍‌ରେ ମଧ୍ୟ ବାୟୁର ଗଣବତ୍ତା ୩୦୦ ଥିବା ରେକର୍ଡ ହୋଇଛି। ଦିଲ୍ଲୀ ଏନସିଆରରେ ବାୟୁ ଗୁଣବତ୍ତା ଖରାପ ହେବାର ସବୁଠାରୁ ବଡ଼ କାରଣ ହେଉଛି ପଞ୍ଜାବ-ହରିୟାଣା ସମେତ ପଡୋଶୀ ରାଜ୍ୟରେ ନଡ଼ା ଜଳିବା। ପ୍ରତିବର୍ଷ ଏହି ଋତୁରେ କୃଷକମାନେ ନଡ଼ା ଜଳିବା ଯୋଗୁ ଦିଲ୍ଲୀର ବାୟୁ ବିଷାକ୍ତ ହୋଇଯାଏ।

ଦୀପାବଳିକୁ ଆଉ ମାତ୍ର ୪ ଦିନ ବାକି ଅଛି କିନ୍ତୁ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ନଡ଼ା ଜାଳିବାକୁ ନେଇ କେନ୍ଦ୍ର ସରକାର ପଞ୍ଜାବ ଓ ହରିୟାଣାକୁ ତାଗିଦ କରିଛନ୍ତି। ନଡ଼ା ଜାଳୁଥିବା ହଟ୍‌ସ୍ପଟ୍‌ ଅଞ୍ଚଳକୁ ଚିହ୍ନଟ କରିବାକୁ କୁହାଯାଇଛି। ଏଥିସହ ନଡ଼ା ଜାଳୁଥିବା କୃଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

Leave A Reply

Your email address will not be published.