ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ମଠ ମନ୍ଦିର ସୁରକ୍ଷା ପାଇଁ ଆସୁଛି ‘ଦେବାଳୟ ଯୋଜନା’

0

ଭୁବନେଶ୍ବର:ଆଉ ଏକ ନୂଆ ଯୋଜନା ଆଣିବାକୁ ଯାଉଛି ବିଜେପି ସରକାର। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ଏହି ଯୋଜନା ବିଷୟରେ ସୂଚନା ଦେଇଛନ୍ତି। ଏହି ଯୋଜନା ଧର୍ମ ପୀଠ ଯେମିତି ମଠ ଓ ମନ୍ଦିରର ସୁରକ୍ଷା ପାଇଁ ରହିବ। ଏହାର ନାମ ରହିଛି ‘ଦେବାଳୟ ଯୋଜନା’।

ଯୋଜନା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାରରେ ଅବଢ଼ା ଯୋଜନା ନାଁରେ କେବଳ ମରାମତି କଥା ଥିଲା। ମରାମତି, ରକ୍ଷଣାବେକ୍ଷଣ, ପରିଚାଳନା ସମସ୍ୟା ସମାଧାନ ଏହି ଯୋଜନାରେ ସବୁ ରହିଛି। ବିଶେଷକରି ‘ଓଡ଼ିଶାର ସଂସ୍କୃତି ଯେଉଁ ମଠ ମନ୍ଦିର ସହ ଜଡ଼ିତ, ତା’ର ସୁରକ୍ଷା ଆମର ପ୍ରାଥମିକତା ବୋଲି ମନ୍ତ୍ରୀ କହିଛନ୍ତି।

ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଥିବା ମଠମନ୍ଦିର ଗୁଡ଼ିକର ସୁରକ୍ଷା,ରକ୍ଷଣାବେକ୍ଷଣ ଓ ପରିଚାଳନା ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ମନ୍ଦିର ଓ ମଠର ପରିଚାଳନା ଦୃଷ୍ଟିକୋଣରୁ ଯେଉଁସବୁ ସମସ୍ୟା ଓ ସହାୟତା କଥା ଆସୁଛି ସେଦିଗରେ ଗଭୀର ଭାବେ ଚିନ୍ତା କରାଯାଉଛି। ଯେଉଁସବୁ ଦିଗ ଦୀର୍ଘଦିନ ଧରି ଅବହେଳିତ ହୋଇ ରହିଛି ତାକୁ ଗୁରୁତ୍ୱ ଦିଆଯିବ। ସେହିପରି ଏହି ଯୋଜନାକୁ ନେଇ ଆଲୋଚନା ହେବା ସହ ବ୍ଲୁପ୍ରିଣ୍ଟ କରାଯାଉଥିବା ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.