ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଦୀପାବଳୀ ପାଇଁ ଆସିଲା ଗାଇଡଲାଇନ୍

0
  • ସଂଧ୍ୟା ୭ରୁ ୯ ମଧ୍ୟରେ ଫୁଟିବ ବାଣ
  • ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା
  • ପାର୍କ, ସାଇଲେନ୍ସ ଜୋନରେ ବାଣ ଫୁଟାଇବାକୁ ବାରଣ କରାଯାଇଛି

ଭୁବନେଶ୍ବର: ଆଜି ବାଣଫୁଟା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ  ଗାଇଡଲାଇନ୍ ଜାରି କରାଯାଇଛି। ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିଛି। ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା। ପାର୍କ, ସାଇଲେନ୍ସ ଜୋନରେ ବାଣ ଫୁଟାଇବାକୁ ବାରଣ କରାଯାଇଛି।

ଏହାଛଡ଼ା ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟଠାରୁ ୧୦୦ ମିଟର ଭିତରେ ମଧ୍ୟ ବାଣ ଫୁଟାଇବାକୁ ମନା କରାଯାଇଛି। ଧାର୍ମିକ ଅନୁଷ୍ଠାନର ଶହେ ମିଟର ପରିଧି ମଧ୍ୟରେ ମଧ୍ୟ ଫୁଟାଯିବନି ବାଣ। ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି। ବସ୍ତି ସହ ରାସ୍ତା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାକୁ ବାରଣ କରାଯାଇଛି। ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଶବ୍ଦଯୁକ୍ତ ବାଣ ଦେବା ମନା। ବେରିୟମ ଓ କେମିକାଲଯୁକ୍ତ ବାଣ ବିକ୍ରି, ବ୍ୟବହାର ମନା କରାଯାଇଛି।

Leave A Reply

Your email address will not be published.